ନ୍ୟୁଜ୍

ଦାରିଙ୍ଗବାଡ଼ି ମାଟି ତଳୁ ଆପେ ଆପେ ବାହାରୁଛି ଡିଜେଲ୍‌ !

DIESEL

କନ୍ଧମାଳ: ମାଟି ତଳୁ ବାହାରୁଛି ଡିଜେଲ୍‌ । ବିଲ ହୁଡ଼ାରୁ ଦେଖିବାକୁ ମିଳିଛି ଡିଜେଲ ଝର । ଆପେ ଆପେ ମାଟି ତାଳୁ ବା ବିଲରୁ ଡିଜେଲ ଝର ବାହାରୁଥିବା ନେଇ ଲୋକଙ୍କ ମନରେ ଉତ୍ସାହ ଖେଳିଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରୁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପ୍ରଚାରିତ ହେବା ପରେ ଡିଜେଲ ବାହୁଥିବା ସ୍ଥାନରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଛି । ଏହା ସହ ଲୋକେ ଡଙ୍କି କିମ୍ବା ମଗ୍‌ ଦ୍ୱାରା ବାଲିଟିରେ ଡିଜେଲ ସଂଗ୍ରହ କରି ବୋହିନେଉଥିବା ଦେଖିବାକୁ ମିଳିଛି ।

ତେବେ ଉକ୍ତ ସ୍ଥାନରୁ 400 ମିଟର ଦୂରରେ ଏକ ପେଟ୍ରୋଲ ପମ୍ପ ରହିଛି । ତେଣୁ ଲୋକ ପ୍ରଥମେ ସନ୍ଦେହ କରିଥିଲେ ଯେ, ସେଠାରୁ ପାଇପ୍‌ ଫାଟି ଡିଜେଲ ଲିକ୍‌ ହେଉଛି ବୋଲି । ହେଲେ ପର ମୂହୁର୍ତ୍ତରେ ପେଟ୍ରୋଲ ପମ୍ପ ମାଲିକ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଟାଙ୍କିର ସମସ୍ତ ପାଇପ୍‌ ଲାଇନ୍‌ ସୁରକ୍ଷିତ ଅଛି । କୌଣସି ସ୍ଥାନରେ ଲିକ୍‌ ହୋଇ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top