ଅପରାଧ

ପୋଲିସ ଆଖିରେ ଧୂଳି ଦେଇ ଅବାଧରେ ମଦ ବିକ୍ରି କରିଚାଲିଛନ୍ତି ବ୍ୟବସାୟୀ

 ଲକ୍‌ ଡାଉନରେ ବଢ଼ି ଚାଲିଛି ମଦ କାରବାର । ପୋଲିସ ଆଖିରେ ଧୂଳି ଦେଇ ଅବାଧରେ ମଦ ବିକ୍ରି କରିଚାଲିଛନ୍ତି ବ୍ୟବସାୟୀ । ପୋଲିସ ପଇଁତରା ପରେବି ସୁଧୁରୁନି ସ୍ଥିତି । ଲକଡାଉନ ସମୟରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ମଦ କାରବାର । ଆଉ ଏହି ମଦକାରବାର ଯୋଗୁଁ ବୃଦ୍ଧି ପାଉଛି ସାମାଜିକ ବଶୃଙ୍ଖଳା । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତାତିଛନ୍ତି ମହିଳାମାନେ ।

ମଦ ବିକ୍ରିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ନାରୀସଂଘ । ଏରିଆରେ ମଦ ବିକ୍ରି କରାଇ ଦେବେ ନାହିଁ ବୋଲି କରିଛନ୍ତି ପଣ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମରେ ନାରୀସଙ୍ଘର ଭିଡ଼ । ମଦ ପିଇ ଲୋକେ ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ବାରଖମାର ନାରୀ ସଙ୍ଘ ରାଜରାସ୍ତାକୁ ଓହ୍ଲାଇଛି । ମଦ ବେପାରୀଙ୍କ ଘର ଘର ବୁଲି ମଦ ବିକ୍ରି ବନ୍ଦ କରିବାକୁ ନାରୀ ସଂଘ ଚେତାବନୀ ମଧ୍ୟ ଦେଇଛି । ଏହାସହ ମଦକୁ ଜବତ କରି ଥାନା ଅଧିକାରୀକୁ ହସ୍ତାନ୍ତର କରିବାକୁ ମଧ୍ୟ ଧମକ ଦେଇଛି ସଂଘ ।

ସେହିପରି ପୁରୀଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ପାଣ୍ଡୀ ଅଞ୍ଚଳରେ ମଧ୍ୟ ମଦ କାରବାର ଯୋର ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ସ୍ଥାନରୁ ଗୋପ ପୋଲିସ ପ୍ରାୟ 40 ପେଟିରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ କରିଛି l ଏହି ଦେଶୀ ମଦ କାରବାରରେ ସଂଶ୍ଲିଷ୍ଟ ତିନି ଜଣ ଅଭିଯୁକ୍ତ ସହ ଏକ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ l ଗାଡି ଯୋଗେ ଅଭିଯୁକ୍ତମାନେ ଏହି ଦେଶୀ ମଦ ସବୁ ଚୋରା ଚାଲାଣ କରୁଥିବା ବେଳେ ନୂଆହାଟ ଫାଣ୍ଡି ଅଧିକାରୀ ଜବତ କରିଛନ୍ତି । ଏହି ସମୟରେ ଅଭିଯୁକ୍ତମାନେ ପୋଲିସକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଗାଡିକୁ ନେଇ ଚମ୍ପଟ ମାରିଥିଲେ l ପରେ ପୋଲିସ ନୟାହାଟ ବଜାର ନିକଟ ଏକ ଘରୁ ଦେଶୀ ମଦକୁ ଜବତ କରିବା ସହ ପୃଥକ ପୃଥକ ସ୍ଥାନରୁ ତିନି ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛି ।

ଅନ୍ୟପଟେ କରୋନା ଭୁତାଣୁ ଯୋଗୁଁ ସମଗ୍ର ଦେଶରେ ଲକ ଡାଉନ ଜାରି ରହିଛି । ମଦ ଦୋକାନ ସିଲ ହୋଇଥିବା ବେଳେ ମଦ ଚୋରା ବ୍ୟବସାୟୀଙ୍କ ନିମନ୍ତେ ଏବେ ଭୂସ୍ୱର୍ଗ ପାଲଟିଛି ଖଣି ଅଂଚଳ ବଡ଼ବିଲ । ଗୋଟିଏ ପକ୍ଷରେ ମଦ ଦୋକାନଗୁଡିକ ସିଲ୍ କରାଯାଇଥିବା ନେଇ ଅବକାରୀ ବିଭାଗ ସ୍ପଷ୍ଟୀକରଣ ଦେଉଥିବା ବେଳେ ମଦ ଦୋକାନୀ କର୍ମଚାରୀଙ୍କ ଦ୍ୱାରା ଅବାଧରେ ବିକ୍ରି ହେଉଛି ବିଦେଶୀ ମଦ । ବଡ଼ବିଲ ପୁଲିସ ସ୍ଥାନୀୟ ଅଞ୍ଚଳରୁ ୧୨ ବୋତଲ ବିଦେଶୀ ମଦ ଜବତ କରିଛି । ଏହାସହ ଲଜ ମ୍ୟାନେଜରକୁ ଗିରଫ କରିଛି । ତେବେ ଅବକାରୀ ବିଭାଗ ମଦ ଦୋକାନ ସିଲ୍ କରିଥିବା ସ୍ଥଳେ ମଦ ଦୋକାନର ମ୍ୟାନେଜର ଏତେ ପରିମାଣରେ ମଦ କେଉଁଠାରୁ ଆଣିଲା ତାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟକାରୀତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଲକ୍‌ ଡାଉନ ସମୟରେ ରାଜ୍ୟ ଭିତରକୁ ମଦ କେଉଁଠୁ ଆସୁଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top