ଦେଶ

ଆଜି ମହାବଳୀପୁରମ୍‌ରେ ମୋଦି ଓ ଜିନ୍‌ପିଙ୍ଗଙ୍କ ଶିଖର ବୈଠକ

Chin

ଅର୍ଗସ ବ୍ୟୁରୋ: ଚିନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତ ଯାତ୍ରା ପାଇଁ ଚିନ୍‌ରୁ ବାହାରି ଆସିଛନ୍ତି । ସେ ଅପରାହ୍ନରେ ଚେନ୍ନାଇର ଏୟାରପୋର୍ଟରେ ପହଞ୍ଚିବେ । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍‌ପିଙ୍ଗ ମମଲାପୁରମ୍‌ (ମହାବଲିପୁରମ୍‌)ରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ତେବେ ଚିନ୍‌ ରାଷ୍ଟ୍ରପତି ଶନ୍ଧ୍ୟା 5 ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇ ମୋଦି ତାଙ୍କୁ ତିନିଟି ଐତିହାସିକ ସ୍ଥଳକୁ  ପରିଭ୍ରମଣରେ ନେବେ । ଏହା ପରେ  ମୋଦି ଓ ଜିନ୍‌ପିଙ୍ଗ୍‌ ଶୋର୍‌ ଟେମ୍ପୁଲ୍‌  ଯିବେ ଏବଂ ସେଠାରେ ସାଂସ୍କୃତି କାର୍ଯ୍ୟକ୍ରମ ଦେଖିବେ । ଏହି ଶୋର୍‌ ଟେମ୍ପଲ ପରିସରରେ ରାଷ୍ଟ୍ରପତିଙ୍କ ଡିନରର ଆୟୋଜନ କରାଯିବ । ଶନିବାର ଦିନ ସକାଳରେ ଦୁଇ ନେତା ଫିସରମେନ୍ସ କୋବ ରିଜାର୍ଟରେ ଏକା ଆଲୋଚନା କରିବେ । ଏହାପରେ ଭାରତ ଓ ଚିନ୍‌ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତର ଆଲୋଚନା କରିବେ ।  ଶନିବାର ଦିନ ଅପରାହ୍ନରେ ଚିନ୍‌ ରାଷ୍ଟ୍ରପତି ନେପାଳ ଗସ୍ତରେ ଯିବେ ।

chin

ଆଜି ଅପରାହ୍ନରେ ମୋଦି ଏବଂ ଜିନପିଙ୍ଗ  ବାଗବାନିରେ ପହଞ୍ଚିବେ । ସେନେଇ ବାଗବାନି ବିଭାଗର ପଞ୍ଚରଥର ଦୁଆରକୁ ବହୁତ ସୁନ୍ଦର ଭାବେ ସଜାଯାଇଛି ।  ଏଠାକୁ ଆଜି ଦିପ୍ରହର ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚିନି ରାଷ୍ଟ୍ରପତି  ଆସିବେ ।  ଏହାର ସଜାବଟ ପାଇଁ 18 ପ୍ରକାର ପରିବା ଏବଂ ଫୁଲର ବ୍ୟବହାର କରାଯାଇଛି । ଯାହାକୁ ରାଜ୍ୟର ବିଭିନ୍ନ ଭାଗରୁ ଅଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top