ଦେଶ

କୋରୋନା ଏବଂ ବାତ୍ୟା ଅମ୍ଫାନ ମଧ୍ୟରେ ଏବେ ଦେଶକୁ ଆସିଲା ପଙ୍ଗପାଳ ସଙ୍କଟ

ନୂଆଦିଲ୍ଲୀ:  ପାକିସ୍ତାନରୁ ଆସିଲା ଆଉ ଏକ ସଙ୍କଟ । ଦେଶ କୋରୋନା ମହାମାରୀ ଏବଂ ବାତ୍ୟା ଅମ୍ଫାନ ଦ୍ୱାରା ସୃଷ୍ଟ ହୋଇଥିବା ପରିସ୍ଥିତି ସାମ୍ନା କରୁଥିବା ବେଳେ ଏବେ ଆଉ ଏକ ସଙ୍କଟ ଦେଶକୁ ଘନେଇ ଆସିଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଏବେ ରାଜସ୍ଥାନରେ ପ୍ରବେଶ କରିଛନ୍ତି । ଏହା ଏବେ ଦେଶର ଅନ୍ୟ ଭାଗକୁ ବଢୁଛନ୍ତି । ପାକ୍‌ର ଏହି ପଙ୍ଗପାଳ ବର୍ତ୍ତମାନ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ମଧ୍ୟପ୍ରଦେଶକୁ ଟାର୍ଗେଟ କରିଛି ।

ଏଠି କହିରଖୁଛୁ ଏହି  ପଙ୍ଗପାଳ ଏତେ ବିପଦଜନକ ଯେ ସମସ୍ତ ଫସଲକୁ ମୂଳପୋଛ କରିଦିଅନ୍ତି । ଏହା ଏବେ ପ୍ରକୋପ ବଢିବାରେ ଲାଗିଛି ଦେଶରେ   । ପଙ୍ଗପାଳ ରାସ୍ତାରେ ଆସୁଥିବା ସମସ୍ତ ଫସଲ ନଷ୍ଟଏହା ଏବେ  ଦିଲ୍ଲୀ ଆଡକୁ ଅଗ୍ରସର ହେଉଛି।  ସାଧାରଣତଃ ଜୁନ୍‌-ଜୁଲାଇରେ ଆସୁଥିବା ଏହି  ପଙ୍ଗପାଳ  କୃଷକର ସମସ୍ତ ଫସଲ ନଷ୍ଟ କରିଦେଇଥାନ୍ତି ।

ପଙ୍ଗପାଳ ଏବେ ଶତୃ ଦେଶ ପାକ୍‌ ରୁ ଆସି  ଭାରତରେ ଶଶ୍ୟ କ୍ଷେତ୍ରରେ ଆକ୍ରମଣ କରିଦେବା ଆରମ୍ଭ କରିଦେଲାଣି । ଚଳିତ ମାସରେ ଯେଉଁ ଦିଗକୁ ପବନ ବହୁଛି ସେ ଦିଗକୁ ଏମାନେ  ଗୋଟିଏ ଗୋଟିଏ ଦିନରେ 200-200 କିମି ପର୍ଯ୍ୟନ୍ତ ଆଗକୁ ବଢୁଛନ୍ତି । ପର୍ଯ୍ୟବରଣ ମନ୍ତ୍ରାଳୟ ଅନୁସାରେ  ଫସଲ ଏବଂ ପନିପରିବାକୁ ଏହି ପଙ୍ଗପାଳ ଦ୍ୱାରା ବହୁ ବିପଦ ରହୁଛି ।

ଏହି ପଙ୍ଗପାଳ ଯୋଗୁଁ କେବଳ ରାଜସ୍ଥାନରେ ଗତବର୍ଷ 100 କୋଟିର କ୍ଷତି ହୋଇଥିଲା । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହିଥର କୃଷକମାନଙ୍କୁ  ପଙ୍ଗପାଳ ପାଇଁ ବହୁ କ୍ଷତି ସହିବାକୁ ପଡି ବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁଯାୟୀ  ଯଦି ଏହି ପଙ୍ଗପାଳ କୌଣସି ଅଞ୍ଚଳରେ ପସିଗଲା ତେବେ  ଏହାର ପ୍ରକୋପ ତିନି ବର୍ଷ ଯାଏ ରହିବ । ଏହାଙ୍କ ଅଣ୍ଡାରେ କୋଟି କୋଟି  ପଙ୍ଗପାଳ ଜନ୍ମ ହେବେ ଯାହା ଫସଲ ପାଇଁ ବହୁ ବିପଦ । ତେବେ ପର୍ଯ୍ୟାବରଣ ମନ୍ତ୍ରାଳୟ ତରଫରୁ ପଞ୍ଜାବ ଏବଂ  ହରିୟାଣାରା ଏନେଇ ଆଲର୍ଟ ଜାରୀ କରାଯାଇଛି       ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top