ନ୍ୟୁଜ୍

ମଧ୍ୟପ୍ରଦେଶ ମୁହାଁ ହେଲେ ଉଡନ୍ତା ଆତଙ୍କ

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରଦେଶ ମୁହାଁ ହେଲେ ପଙ୍ଗପାଳ ଦଳ । ଗତକାଲି ମଧ୍ୟପ୍ରଦେଶରୁ ଆସି ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି । ପଙ୍ଗପାଳ ଆକ୍ରମଣ ନେଇ ବଢୁଛି ଭୟ । ଗତ ତିନି ଦଶନ୍ଦିରେ ଦେଶରେ ସବୁଠୁ ବଡ ପଙ୍ଗପାଳ ଆକ୍ରମଣ । ଛତିଶଗଡରେ ବ୍ୟାପକ କ୍ଷୟକ୍ଷତି ଘଟଣାଇବା ପରେ ବିହାର ଓ ଝାଡଖଣ୍ଡରେ ହାଇ ଆଲର୍ଟ । ଓଡ଼ିଶାରେ ମଧ୍ୟ ସତର୍କ ହୋଇଛନ୍ତି ସରକାର । ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକ ପାଇଁ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜରେ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପବନର ବେଗ ବଦଳିବାରୁ ଛତିଶଗଡରୁ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ। ଗତକାଲି ଛତିଶଗଡ଼ର କୋରିଆ ଜିଲ୍ଲାରେ ପଙ୍ଗପାଳ ଥିଲେ। ହେଲେ ପବନ ବଢିବାରୁ ମଧ୍ୟପ୍ରଦେଶ ଫେରିଯାଇଛନ୍ତି । ଏବେ ଯଦି ପୁଣି ପବନ ବଦଳେ, ଗତି ବଦଳିପାରେ ବୋଲି ଆଶଙ୍କା କରାଯାଉଛି । କୃଷି ଅଧିକାରୀଙ୍କ ଦ୍ଵାରା ୫୦ ଲକ୍ଷ ଚାଷୀଙ୍କୁ ସଚେତନ କରାଯାଉଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ହଟି କଲଚରର ମିଳିତ ଉଦ୍ୟମରେ ସରକାର ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସେପଟେ ଭୟରେ ଅଛନ୍ତି ବିଭିନ୍ନ ଜିଲ୍ଲାର ଚାଷୀ ।  ଏପ୍ରିଲ ପହିଲାରୁ ରାଜସ୍ଥାନରୁ ଆସିଥିଲେ ପଙ୍ଗପାଳ । ମୁଖ୍ୟତ ଏହା ରାଜସ୍ଥାନର ଦୈସା ଏବଂ ଉତ୍ତରପ୍ରଦେଶର ଝାନସି, ମଧ୍ୟପ୍ରଦେଶର ଛତରପୁରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।  ଯଦିଓ ପଙ୍ଗପାଳଙ୍କ ଗତି ପବନର ଗତି ଉପରେ ନିର୍ଭର କରୁଛି, ସେଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top