ନ୍ୟୁଜ୍

ଲୁଟ ନାଟକର ପୋଲ୍‌ ଖୋଲିଲା ରାୟଗଡ଼ା ପୋଲିସ: ୨୪ ଲକ୍ଷ ଜବତ ସହ ୪ ଗିରଫ

loot

ରାୟଗଡା:  ଲୁଟ ନାଟକର ପୋଲ୍‌ ଖୋଲିଲା ରାୟଗଡ଼ା ପୋଲିସ । ରାୟଗଡ ଥାନାରେ ଗତ ୧୦ ତାରିଖରେ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତି କରି ରାୟଗଡା ପୋଲିସର ଏକ ସ୍ୱତନ୍ତ୍ର ଟିମ ତଦନ୍ତ କରି ଲୁଟର ଖୁଲାସା କରିଛି । ଗତ ୧୦ ତାରିଖରେ CMS ନାମକ ଏକ ସଂସ୍ଥାର କର୍ମଚାରୀ ଅନିଲ ଗରଡ଼ିଆ କିଛି ସ୍ଥାନରୁ ଟଙ୍କା କଲେକ୍ସନ କରି ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଏହି ସମୟରେ FC ଛକରେ ୨ ଜଣ ଦୁର୍ବୁତ୍ତ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ଅନ୍ୟ ଜଣେ ଦୁର୍ବୁତ୍ତ ମଟର ସାଇକଲରେ ଆସି ସେମାନଙ୍କୁ ଲିଫ୍ଟ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣାକୁ ନେଇ କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ରାୟଗଡ ପୋଲିସ ରୋବରୀ କେସ ରୁଜୁ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରି କିଛି ଜଣକୁ ସନ୍ଦେହ କରି ତଦନ୍ତ ଜୋରଦାର କରିଥିଲା । ଏହାସହ ୩ ଜଣକୁ ଗିରଫ କରି ୨୪ ଲକ୍ଷ ଜବତ କରିଥିଲା । ପରେ ତଦନ୍ତ ହେବାରୁ ନିଜେ ଏହି ଲୁଟରେ ଅଭିଯୋଗ କାରି ଅନୀଲ ଗରଡ଼ିଆ ସମ୍ପୃକ୍ତି ରହି ଯୋଜନା ବଧ ଭାବେ ଲୁଟ କରାଇଥିବା ଜଣା ପଡ଼ିଥିଲା । ଏନେଇ ରାୟଗଡ SP ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top