ଅପରାଧ

ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟ କଲେ, ବ୍ଲାଙ୍କ ଫାୟାରିଂ କରି ପଳାଇଲେ

Balasore

ବାଲେଶ୍ୱର: ଦିନ ଦ୍ୱିପ୍ରହରରେ ବଜାର ଉପରୁ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ତିନିଜଣ ଲୁଟେରା ତାଙ୍କଠାରୁ ସୁନା ଚେନ ଓ କାନଫୁଲ ଝାମ୍ପି ନେଇଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଆଜିମାବାଦ ଛକରୁ ମାତ୍ର  500ମିଟର ଦୂର ଜେଲ ରୋଡ଼ରେ ।

ଜଣେ ମହିଳା ତାଙ୍କ ନିଜ କାମରେ ମୋତିଗଞ୍ଜ ଯାଉଥିବା ବେଳେ ତିନିଜଣ ଲୁଟେରା ଏକ ସ୍କୁଟିରେ ଆସି ପ୍ରଥମେ ତାଙ୍କୁ ପିଟାମରା କରିବା ପରେ ତାଙ୍କ ଠାରୁ ସୁନା ଚେନ ଝିଙ୍କି ନେଇଥିଲେ ଓ ପରେ ସେ କାନରେ ପିନ୍ଧିଥିବା କାନଫୁଲ ଛଡ଼ାଇବା ବେଳେ ସେ ପାଟି କରିବାରୁ ଅନ୍ୟଜଣେ ମହିଳା ସେମାନଙ୍କ କବଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଲୁଟେରାମନେ ତାଙ୍କୁ ବନ୍ଧୁକ ଦେଖାଇ କାନଫୁଲ ଛଡାଇ ନେଇଥିଲେ ।

ଲୁଟେରାମାନେ ତାଙ୍କ କାନଫୁଲ ଜୋର ଜବରଦସ୍ତ ଟାଣିନେବାରୁ ତାଙ୍କ କାନରେ କ୍ଷତ ହୋଇଯିବାରୁ ରକ୍ତ ବାହାରିଥିଲା । ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ  ପିଛା କରିବାରୁ ସେମାନେ ଆଜିମାବାଦ ଛକରେ ଏକ ରାଉଣ୍ଡ ଗୁଳି ଫୁଟାଇ ସେଠାରୁ ଚମ୍ପଟ ମାରିଥିଲେ । ଟାଉନ ଥାନା ପୋଲିସ ଖବର ପାଇ ସିସି ଟିଭିରୁ ଅପରାଧୀଙ୍କ ଫଟୋ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି । ତେବେ ଦିନ ଦ୍ୱିପ୍ରହରରେ ଏଭଳି ବନ୍ଧୁକ ସାହାଯ୍ୟରେ ଲୁଟ କରି ପୋଲିସକୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ଲୁଟେରା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top