ଜୀବନ ମନ୍ତ୍ର

ଶରଧାବାଲିରେ ତିନି ରଥ: ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶରଧାବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ, ଆଉ ଶେଷରେ ପହଞ୍ଚିଲେ କାଳିଆ ଠାକୁର । ଆସନ୍ତାକାଲି ଜନ୍ମବେଦୀ ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର ।

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଣକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହୋଇଛି । ବିନା ଭକ୍ତରେ ଶ୍ରୀଜୀଉ ଗୁଣ୍ଡିଚା ଯାତ୍ରା କରିଛନ୍ତି । କେବଳ ସେବାୟତ ଓ ପୋଲିସ କର୍ମୀ ରଥଟଣା କାର୍ଯ୍ୟ କରିଥିଲେ । ଘୋଷଯାତ୍ରା ପାଇଁ ଗ୍ରିନ୍‌ ସିଗନାଲ ଦେବା ସହ ସର୍ତ୍ତାବଳୀ ଜାରି କରିଥିଲେ ସୁପ୍ରିମକୋର୍ଟ । ତେବେ ସମସ୍ତ ପ୍ରକାର କଟକଣାକୁ ଆଖିରେ ରଖି ରଥଯାତ୍ରା କରାଯାଇଛି । ଏହାସହ ସେବାୟତ ଓ ପ୍ରଶାସନ ମଧ୍ୟ ପୂର୍ଣ୍ଣ ସହଯୋଗର ସହ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top