ଜୀବନ ମନ୍ତ୍ର

ସ୍କୁଲ ସିଲାବସ୍‌ ସମାପ୍ତିରେ ବାଧକ ହେବ ବର୍ଦ୍ଧିତ ଲକ୍‌ ଡାଉନ୍‌: ବିଜୟ କୁମାର ସାହୁ

 ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବ ଜୋନର ଫିକି ଚେୟାରମ୍ୟାନେ ଡ. ବିଜୟ କୁମାର ସାହୁ ଲକଡାଉନର ପରବର୍ତ୍ତୀ ସମୟରେ ସ୍କୁଲ ସ୍ଥିତି ଏବଂ ଶିକ୍ଷା ଉପରେ ଆଲୋଚନା କରିଛନ୍ତି ।  ଏହି ୱେବିନାରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।

ଏଥିରେ ମାଲଦୀପର ଶିକ୍ଷା ରାଜ୍ୟ ମନ୍ତ୍ରୀ, ଫିକିର ସଦସ୍ୟ କେଫ୍ଟନେଣ୍ଟ ଜେନେରାଲ ଏସଏଚ କୁଲକର୍ଣ୍ଣି, ମାଓ  କଲେଜ ଅଜମେର ନିର୍ଦ୍ଦେଶକ ପ୍ରିତି ହିଙ୍ଗୋରାଣୀଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏହି ଆଲୋଚନାରେ ଭାଗ ନେଇଥିଲେ ।  ଏହି ଆଲୋଚନା ଚକ୍ରରେ ସ୍କୁଲ ଖୋଲିବା, କଟକଣା ଏବଂ ସୁରକ୍ଷା ଉପରେ ମତ ରଖିଥିଲେ ।

ବଡ ଶିକ୍ଷାନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା, ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ସମ୍ଭବପର ହୋଇପାରେ କିନ୍ତୁ ସାଧାରଣ ସ୍କୁଲ ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବ ବୋଲି ସେ ମତ ରଖିଥିଲେ । ଏହାସହ ସେ ସ୍କୁଲ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ସୁଦୃଢ କରିବା, ସୁରକ୍ଷା, ସ୍କୁଲର କର୍ମଚାରୀଙ୍କୁ କୋରୋନା ଜନିତ ସମସ୍ତ ପ୍ରକାର ଟ୍ରେନିଂ ଦେବା ଉପରେ ମତ ବ୍ୟକ୍ତ କରିଥିଲେ ଡ. ବିଜୟ କୁମାର ସାହୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top