ନ୍ୟୁଜ୍

ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

sueside

କୋରାପୁଟ : ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । ଏପରି ଘଟଣା ଘଟିଛି  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ାରେ । କୁନ୍ଦ୍ରାଗୁଡାର କାଜୁ ମିଲ ପଛ ପଟେ ଥିବା ଏକ ଗଛରେ ବେକରେ ଗାମୁଛା ଳଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ-ଯୁବତୀ । ଯୁବକ ଜଣକ ହେଲେ ନୂଆ କୁନ୍ଦ୍ରଗୁଡ଼ାର ରଘୁନାଥ ଗୌଡ଼ ବୟସ (17) ଯୁବତୀ ଜଣଙ୍କ ମଧ୍ୟ ସେହି ଗ୍ରାମର ଲଷ୍ମୀ ଗୌଡ଼ ବୟସ (15) ।

ପରିବାର ଲୋକେ କହିବା ଅନୁଯାୟୀ  ରଘୁନାଥ  କାଲି ରାତି 9ଟା ରେ ଖାଇ ବାହାରି ଯାଇଥିଲା  । ରାତିରେ ଆଉ ଘରକୁ ଫେରି ନଥିଲା। ଆଜି ସକାଳୁ ସକାଳୁ କିଛି ଗାଈ ଚରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top