ନ୍ୟୁଜ୍

ଆଜି ସରିବ ରାଜ୍ୟରେ ଲକଡାଉନ, ଆଗକୁ କଣ ପଦକ୍ଷେପ ନେବେ ରାଜ୍ୟ ସରକାର ତାକୁ ଅପେକ୍ଷା

Corona

ଭୁବନେଶ୍ୱର:  ରାଜ୍ୟ ସରାକରଙ୍କ ଦ୍ୱାରା ଜାରି କରାଯାଇଥିବା ଲକଡାଉନ ଏବଂ କଟକଣାର ଅବଧି ଆଜି ଶେଷ ହେବାକୁ ଯାଉଛି । ଅନଲକ ୩ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି ହେବା ପରେ ଏବେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି । କେନ୍ଦ୍ର ସରକାର ରାତ୍ରୀ କାଳୀନ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ଉଠାଇ ସାରିଥିବା ବେଳେ ରାଜ୍ୟ ସରକାର କେଉଁ କେଉଁ କଟକଣା ବଳବତ୍ତର ରଖୁଛନ୍ତି ଏବଂ କେଉଁ କେଉଁ ଦିଗରେ କଟକଣା କୋହଳ କରୁଛନ୍ତି ତାକୁ ଅପେକ୍ଷା ରହିଛି । ପୂର୍ବପରି ଶନି ଏବଂ ରବିବାର ସଟଡାଉନ କି ପୁଣି ଲକଡାଉନ ଅବଧି ବୃଦ୍ଧି ହେଉଛି ନା କଟକଣାରେ କିଛି କୋହଳ ହେଉଛି ତାକୁ ମଧ୍ୟ ସମସ୍ତେ ଅକ୍ଷେପା କରିଛନ୍ତି ।

ସୂଚନାନୁସାରେ, ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କଣ ପଦକ୍ଷେପ ନେବା ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top