ଦେଶ

ଗୋଟିଏ ବେଦିରେ ସ୍ତ୍ରୀ ଓ ଶାଳିଙ୍କ ସହ ବିବାହ, ଜାଣନ୍ତୁ ପୁରା ଘଟଣା…

mp

ଅର୍ଗସ ବ୍ୟୁରୋ:  ଗୋଟିଏ ବେଦିରେ ସ୍ତ୍ରୀ ଓ ଶାଳିକୁ ବିବାହ କଲେ ଜଣେ ବ୍ୟକ୍ତି । ମଧ୍ୟପ୍ରଦେଶର ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀକୁ ବିବାହ କରିବା ସହ ସେହି ମଣ୍ଡପରେ ନିଜ ସ୍ତ୍ରୀକୁ ମଧ୍ୟ ବିବାହ କରିଛନ୍ତି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏହି ବିବାହ ଏବେ ଚର୍ଚ୍ଚାରେ । ଭିଣ୍ଡ ଜିଲ୍ଲାର ଗୁଦାବଳୀ ଗାଁର ମହିଳା ସରପଞ୍ଚ ବିନିତାଙ୍କ ସ୍ୱାମୀ  ଦିଲୀପ ଗୋଟିଏ ବେଦିରେ ସ୍ତ୍ରୀ ବିନିତା ଓ ଶାଳି ରଚନାଙ୍କ ସହ ବିବାହ କରିଛନ୍ତି । ଦିଲୀପ ଓ ବିନିତାଙ୍କ ବିବାହ 9 ବର୍ଷ ପୂର୍ବରୁ ହୋଇସାରିଥିଲା । ଦୁଇ ଜଣଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ଦିଲୀପଙ୍କ କହିବାନୁଯାୟୀ ଏହି ବିବାହ ପାଇଁ ସ୍ତ୍ରୀ ବିନିତା ସହମତି ପ୍ରକାଶ କରିଥିଲେ । ସ୍ତ୍ରୀଙ୍କ ସହମତି ପ୍ରକାଶ ପରେ ତାଙ୍କ ଭଉଣୀ ରଚନାଙ୍କୁ ବିବାହ କରିଥିଲେ ।

mp

ତେବେ ବେଦିରେ ଥିଲେ ଦୁଇ କନ୍ୟା । ଜଣେ ସ୍ତ୍ରୀ ଆଉ ଜଣେ ଶାଳି । ଦିଲୀପ ନିଜ ସ୍ତ୍ରୀଙ୍କ ସହ ରଚନାଙ୍କୁ ମଧ୍ୟ ବରଣମାଳା ପିନ୍ଧାଇଥିଲେ । ଏହାପରେ ଦୁଇ ସ୍ତ୍ରୀଙ୍କ ସହ ଷ୍ଟେଜ୍‌ରେ ବସିଥିଲେ । ତେବେ ପ୍ରଥମ ସ୍ତ୍ରୀ ଥାଇ  ଦ୍ୱିତୀୟ ବିବାହ କରିବା ନେଇ ଦିଲୀପଙ୍କୁ ପଚରାଯିବାରୁ ସେ କହିଛନ୍ତି, ପ୍ରଥମ ସ୍ତ୍ରୀର ଦେହ  ଖରାପ ରହୁଥିବାରୁ ପିଲାଙ୍କକର ଦେଖାଶୁଣା କରିବାରେ ସମସ୍ୟା ଉପୁଜୁଛି । ତେଣୁ  ଦ୍ୱିତୀୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲି । ଦିଲୀପ ଆହୁରି ମଧ୍ୟ କରିଛନ୍ତି  ବହୁ ଦିନରୁ ସେ ଶାଳି ରଚନାଙ୍କୁ  ମଧ୍ୟ ପସନ୍ଦ  କରିଆସୁଥିଲେ । ଆଉ ଯେତେବେଳେ ଦ୍ୱିତୀୟ ବିବାହର କଥା ଉଠିଲା ସେ ତାଙ୍କ ସ୍ତ୍ରୀ ବିନିତାଙ୍କୁ କହିଥିଲେ । ପରେ ସ୍ତ୍ରୀଙ୍କ ସହମତି ପ୍ରକାଶ ପରେ ବିବାହ ସମ୍ପନ୍ନ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top