ନ୍ୟୁଜ୍

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ, ଶପଥ ଗ୍ରହଣ କଲେ 28 ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ସରକାର ଆଜି ମନ୍ତ୍ରୀମଣ୍ଡଳ ବିସ୍ତାର କରିଛି। ଏହି ଅବସରରେ ସମୁଦାୟ 28 ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି। ରାଜ୍ୟପାଳ ଆନନ୍ଦି ବେନ ପଟେଲ ରାଜଭବନରେ ଶପଥ ପାଠ କରାଇଛନ୍ତି। କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ଶିବରାଜ ସିଂହ ଚୌହ୍ଵାନ ମାର୍ଚ୍ଚ 23ରେ ଶପଥ ଗ୍ରହଣ କରିଥିଲେ। ସେହି ସମୟରେ ଅଳ୍ପ କିଛି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା।

ସୂଚନାନୁଯାୟୀ, ଆଜି ସମୁଦାୟ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 20 ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ 8 ଜଣ ରାଜ୍ୟ ମନ୍ତ୍ରୀ ସାମିଲ ଅଛନ୍ତି। ଗୋପାଳ ଭାର୍ଗବ, ବିଜୟ ଶାହ, ଜଗଦିଶ ଦେୱଡା, ବିସାହୁଲାଲ ସିଂହ, ୟଶୋଧରା ରାଜେ ସିନ୍ଧିଆ, ଭୂପେନ୍ଦ୍ର ସିଂହ, ଏଦଲସିଂହ କଷାନା, ବୃଜେନ୍ଦ୍ର ପ୍ରତାପ ସିଂହ, ବିଶ୍ଵାସ ସାରଙ୍ଗ, ଇମରତି ଦେବୀ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ ସିଶୋଦିଆ, ପ୍ରଦ୍ୟୁମ୍ନ ସିଂହ ତୋମାର, ପ୍ରେମ ସିଂହ ପଟେଲ, ଓମପ୍ରକାଶ ସକଲୋଚା, ସୁଶ୍ରୀ ଉଷା ଠାକୁର, ଅରବିନ୍ଦ ଭଦୌରିଆ, ମୋହନ ଯାଦବ, ହରଦୀପ ସିଂହ ଡଙ୍ଗ, ରାଜ ବର୍ଦ୍ଧନ ସିଂହ, ଭାରତ ସିଂହ କୁଶୱାହା, ଇନ୍ଦର ସିଂହ ପରମାର, ରାମଖେଲାଭନ ପଟେଲ, ରାମ କିଶୋର କାୱରେ, ବୃଜେନ୍ଦ୍ର ସିଂହ ଯାଦବ, ଗିର୍ରାଜ ଡଣ୍ଡୌତିଆ, ସୁରେଶ ଧାକଡ, ଓପିଏସ୍ ଭଦୌରିଆଙ୍କ ସମେତ ବହୁ ବଡ଼ ନେତା ସାମିଲ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଅଛନ୍ତି।

230 ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ 35 ଜଣ ମନ୍ତ୍ରୀ ରହି ପରିବେ। ବାସ୍ତବରେ, ଅନେକ କାରଣରୁ କ୍ୟାବିନେଟ୍ ସମ୍ପ୍ରସାରଣ ଅନେକ ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ ହୋଇ ପାରୁ ନଥିଲା। ଅନ୍ୟପଟେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଏହି ସମୟ ମଧ୍ୟରେ ବୁଧବାର ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରି ଶପଥ କରାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top