ଦେଶ

୭ କିମି ଲମ୍ବା ଧାଡ଼ିରେ ୧୦ ଲକ୍ଷ ଲୋକ ଭୋଜନ କଲେ, ୧୦ ହଜାର ଜଣ ପରଶିଲେ

Uttarpradesh Pangat

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୌରରେ 9 ଦିନିଆ ହନୁମାନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଅବସରରେ ଏକ ମହାଭୋଜନର ଆୟୋଜନ କରାଯାଇଥିଲା । ଯେଉଁଥିରେ ଏକାସଙ୍ଗେ 10 ଲକ୍ଷ ଲୋକ ପ୍ରସାଦ ଗ୍ରହଣ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଲାଶ ବିଜୟବର୍ଗୀୟ ମଧ୍ୟ ଏହି ଆୟୋଜନରେ ସାମିଲ ଥିଲେ । ଶ୍ରୀ ପିତରେଶ୍ୱର ହନୁମାନ ଧାମ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ 7 କିଲୋମିଟର ଳମ୍ବା ଏକ ସଡ଼କରେ ସାମ୍ନାସାମ୍ନି ଭାବେ ଧାଡ଼ି ହୋଇ ଦଶ ଲକ୍ଷ ଲୋକ ବସି ପ୍ରସାଦ ଗ୍ରହଣ କରିଥିଲେ । ଆଉ ପ୍ରାୟ 10 ହଜାର ଲୋକ ପ୍ରସାଦ ବଣ୍ଟନ ଦାୟିତ୍ୱରେ ଥିଲେ । ସେମାନେ ପ୍ରସାଦ ବାଣ୍ଟିବା ପାଇଁ ବିଭିନ୍ନ ବାହାନର ବ୍ୟବହାର କରିଥିଲେ ।

Uttarpradesh Pangat

ଆୟୋଜକଙ୍କ କହିବାନୁଯାୟୀ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ପହଞ୍ଚିଥିଲେ । ଇନ୍ଦୋର ବ୍ୟତୀତ ଉଜ୍ଜେନ୍‌, ଦେବାସ ଓ ରାଉ ସହ ଆଖପାଖ ଅଞ୍ଚଳର ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରସାଦ ଗ୍ରହଣ କରିବା ପାଇଁ ଆସିଥିବା ଲୋକମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

Uttarpradesh Pangat

ଲୋକଙ୍କୁ ଭୋଜନ କରେଇବା ପାଇଁ ମଧ୍ୟ ଅନେକଙ୍କ ମଧ୍ୟରେ ଆଗ୍ରହ ଥିଲା ଓ ସେମାନେ ନିଜ ଆଡ଼ୁ ଆସି ସହଯୋଗର ହାତ ବଢ଼ାଇଥିଲେ । ଇ-ରିକ୍ସା, ବାଇକ୍‌, ଲୋଡ଼ିଙ୍ଗ୍‌ ରିକ୍ସା ଭଳି ଅନେକ ବାହାନ ଦ୍ୱାରା ଖାଇବା ପରୋଷା ଯାଇଥିଲା । ଏହି ମହାଭୋଜନରେ ପାଣି ବାଣ୍ଟିବା ପାଇଁ ସ୍ଥାନୀୟ ଲୋକମାନେ ଦାୟିତ୍ୱ ନେଇଥିଲେ । ଲୋକମାନେ ନିଜ ଘର ଓ ଦୋକାନ ସାମ୍ନାରେ ପାଣି ଜାର ରଖିଥିଲେ । ଏହି ଭୋଜିକାରଣରୁ ହଜାର ହଜାର ଲୋକଙ୍କ ଘରେ ରୋଷେଇ ମଧ୍ୟ ବନ୍ଦ ରହିଥିଲା । ସ୍ଥାନୀୟ ଲୋକେମାନେ ନିଜର ପୁରା ପରିବାର ସହ ଭୋଜି ପାଇଁ ସହଯୋଗ କରିଥିଲେ । 7 କିଲୋମିଟର ବ୍ୟବଧାନରେ ଲୋକମାନେ ନିଜ ସୁବିଧା ଅନୁସାରେ ଖାଇବା ପାଇଁ ସ୍ଥାନ ଚିହ୍ନଟ କରି ବସିଥିଲେ ।

Uttarpradesh Pangat

ଏହି ଭୋଜିରେ ପୁରି, ରାମଭାଜୀର ତରକାରୀ ଏବଂ ନୁକ୍ତି ଦିଆଯାଇଥିଲା । ଏହା ଇନ୍ଦୋରରେ ଏକ ଲୋକପ୍ରିୟ ଖାଦ୍ୟ । ସମ୍ପୂର୍ଣ୍ଣ ପ୍ରସାଦ ଦେଶୀ ଘିଅରେ ପ୍ରସ୍ତୁତ କରାଯାଇଥିଲା । ଏଥିରେ 2000 ଡବ୍ବା ସୁଦ୍ଧ ଘିଅ, 90 ଟିଣ ତେଲ, 1000 କ୍ୱିଣ୍ଟାଲ ଅଟା, 1000 କ୍ୱିଣ୍ଟାଲ ଚିନୀ, 500 କ୍ୱିଣ୍ଟାଲ ବେସନ, 500 କ୍ୱିଣ୍ଟାଲ ଆଳୁ, 500 କ୍ୱିଣ୍ଟାଲ ପରିବା ବ୍ୟବହାର କରାଯାଇଥିଲା । ଖାଲି ସେତିକି ନୁହେଁ ଏଥିରେ ପ୍ରାୟ 500 କିଲୋ ମସଲା ମଧ୍ୟ ପ୍ରୟୋଗ କରାଯାଇଛି ।

Uttarpradesh Pangat

ସୂଚନାଯୋଗ୍ୟ, ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ 16 ବର୍ଷ ପୂର୍ବେ ପିତେଶ୍ୱର ହନୁମାନଙ୍କ ଏହି ମୂର୍ତ୍ତି ସ୍ଥାପନ ପାଇଁ ସଂକଳ୍ପ ନେଇଥିଲେ । ସେ କହିଥିଲେ କି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ ନକରିବାର ସଂକଳ୍ପ ପୁରା ହୋଇଛି ।

Uttarpradesh Pangat

Click to comment

Leave a Reply

Your email address will not be published. Required fields are marked *

Most Popular

To Top