ଦେଶ

ରୋଗୀର ଶବରେ ଲାଗିଲା ପିମ୍ପୁଡି: ନିଲମ୍ବିତ ହେଲେ ୫ଡାକ୍ତର

dead-body_

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାହସ୍ପିଟାଲ୍‌ରେ ଏକ ଅମାନବୀୟ ଘଟଣା ସମ୍‌ନାକୁ ଆସିଛି ।  ଏହି ଜିଲ୍ଲା ହସ୍ପିଟାଲ୍‌ରେ ଏକ ରୋଗୀର ମୃତ୍ୟୁ ହେବା ପରେ ରୋଗୀର ଆଖି ଓ ମୁଁହରେ ପିମ୍ପୁଡି ଲାଗିଯାଇଥିଲେ ।  ଏହି 50 ବର୍ଷୀୟ ରୋଗୀ ଲାଲଚାନ୍ଦ ଲୋଧ୍ୟୀ ପେଟରେ ଯନ୍ତ୍ରଣା ପାଇବାରୁ  ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ କି ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶରୀରରେ ପିମ୍ପୁଡି ଲାଗିଯାଇଥିବା ଘଟଣା ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଅବହେଳା ଉପରେ ପ୍ରଶ୍ନ ଉଠାଇଛି  ।  ଏହି ଘଟଣା ଜାଣିବା ପରେ  ମୁଖ୍ୟମନ୍ତ୍ରୀ କମଲନାଥ  ତଦନ୍ତ ଆଦେଶ ଦେଇଛନ୍ତି ।  ତଦନ୍ତ ପରେ  ଏହି ଘଟଣାରେ 5 ଡାକ୍ତରଙ୍କ ସମେତ ସିବିଲ ସର୍ଜନଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାନୂଯାୟୀ,  ମୃତ ଲୋଧିଙ୍କ ସ୍ତ୍ରୀ ଏନେଇ କହିଛନ୍ତି ଯେ, ମୋର ଛୋଟ ଛୋଟ ପିଲା ଥିବାରୁ ମୁଁ ସୋମବାର ସନ୍ଧ୍ୟା 7 ଟାରେ ଘରକୁ ଚାଲିଆସିଥିଲି ।  ମଙ୍ଗଳବାର  ସକାଳ ସାଢେ ଦଶଟାରେ କିଏ ଜଣେ ଫୋନ୍‌ କରି କହିଲେ  ମୋର ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି ।   ହସ୍ପିଟାଲ୍‌ରେ ପହଞ୍ଚି ଦେଖିଲି ଯେ, ବେଡ ଉପରେ ତାଙ୍କ ଶବ ପଡିଛି  ଆଉ ତାଙ୍କ ଆଖି, ମୁହଁରେ ପିମ୍ପୁଡି ଲାଗିଯାଇଛନ୍ତି ।  ଡ୍ୟୁଟିରେ ଥିବା ନର୍ସ ଏବଂ ଡାକ୍ତରଙ୍କ ମଧ୍ୟାରେ ଟିକେ ବି ମାନବିକତା ନଥିଲେ ଯେ ସେମାନେ ଶବ ଉପରେ ଏକ କପଡା ଘୋରାଇବାକୁ ହାତ ଯାଇନି । ତେବେ ଏହି ଘଟଣା ମାନବିକତାକକୁ ଳଜ୍ଜା ଦେଇଛି, ଏହାର ତଦନ୍ତ  ପାଇଁ ନିର୍ଦ୍ଦେଶ ଦେବା ସହ  ମୁଖ୍ୟମନ୍ତ୍ରୀ  ଟୁଇଟ୍‌ କରି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top