ନ୍ୟୁଜ୍

ମହାମାୟାଙ୍କ ମହାନବମୀ

Durga Puja

ଭୁବନେଶ୍ୱର:  ଆଜି ମହାନବମୀ । ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା ଅଟେ। ଏଥିପାଇଁ ଆଜି ସକାଳୁ ଦେବୀଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତି ଆରମ୍ଭ ହୋଇଯାଇଛି । ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା ଚାଲିଛି । ବିଭିନ୍ନ ପୂଜାମଣ୍ଡ ପରେ ମା ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପୂଜାମଣ୍ଡପ ଗୁଡିକର ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ସମସ୍ତଙ୍କୁ ଆକୃଷ୍ଟ କରୁଛି । ସେପଟେ ବିଭିନ୍ନ ଦେବୀପୀଠରେ ଆଜି ବିଜୟା ଦଶମୀ ପାଳନ କରାଯାଉଛି । ପୀଠ ମାନଙ୍କରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top