ଦେଶ

ଶିବସେନାର ପୁନର୍ବାର ବୈଠକ: ଗଡକରି କହିଲେ, ‘ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବାକୁ ପୂର୍ବରୁ କୌଣସି ପ୍ରତିଜ୍ଞା କରାଯାଇ ନାହିଁ’

shivsena

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଶିବସେନା ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଜାରୀ ରହିଛି। ସୂଚନାମୁତାବକ ଯଦି ଏହି ସମସ୍ୟାର ସମାଧାନ ରାସ୍ତା ନ ବାହାରିଲା ତେବେ ବହୁ ଶିଘ୍ର ଶିବସେନା ଗଠବନ୍ଧନରୁ ଅଲଗା ହୋଇପାରେ ବୋଲି ଆଲୋଚନା ଚାଲିିଛି ।

ଏହି ଟଣାଓଟରା ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ୍‌ ଗଡକରୀ କହିଛନ୍ତି ଯେ, ଆବଶ୍ୟକ ପଡିଲେ ମଧ୍ୟସ୍ତତା କରିବା ପାଇଁ  ପ୍ରସ୍ତୁତ ଅଛି । ସେ କହିଛନ୍ତି ଶିବସେନା ସହ ଆମେ କେବେ ବି ମୁଖ୍ୟମନ୍ତ୍ରୀ ପଦକୁ ବାଣ୍ଟିବା ପାଇଁ ଆଲୋଚନା କରିନଥିଲୁ । ଅଢେଇ ବର୍ଷ ଲେଖା ସିଏମ ପଦର କିଛି ପ୍ରତିଜ୍ଞା ମଧ୍ୟ କରାଯାଇ ନାହିଁ, ସିଏମ ପଦ ତ ବିଜେପି ପାଖରେ ରହିବ ବୋଲି ଗଡକରୀ ସ୍ପଷ୍ଟ କରିଛନ୍ତି ।

ଏହି ମଧ୍ୟରେ ସେନା ଭବନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ପାର୍ଟି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକ  ପୂର୍ବରୁ  ଶିବସେନା ନେତା ଗୁଲାବରାଓ ପାଟିଲ କହଇଛନ୍ତି ଯେ, ସିଏମ ଶିବସେନାର ହେବା ଦରକାର । ଆମେ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ଯେ ପର୍ଯ୍ୟନ୍ତ ଆମକୁ କୁହାଯିବ ଆମେ ସେପର୍ଯ୍ୟନ୍ତ ହୋଟେଲରେ ରହିବୁ ।

ଏଠି କହିରଖୁଛୁ ଯେ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି । କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top