ଅପରାଧ

ପୁଣି ନିର୍ଭୟାଙ୍କ ପରି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ପୀଡ଼ିତା, ଅଭିଯୁକ୍ତ ଗିରଫ

ମୁମ୍ବାଇ: ପୁଣି ନିର୍ଭୟାଙ୍କ ପରି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ପୀଡିତା । ମହାରାଷ୍ଟ୍ରରର ନାଗପୁର ଜିଲ୍ଲାର ପାରଡି ଥାନାଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ଘରେ ଦୁଷ୍କର୍ମ କରିଛି ଅଭିଯୁକ୍ତ । ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଯୋଗୀଲାଲ ରାହନଗାଦଲେ (52)କୁ ଗୋନ୍ଦିଆ ଜିଲ୍ଲାରୁ ଆରେଷ୍ଟ କରିଛି ପୋଲିସ୍‌ । ସୁଚନାମୁତାବକ, ଅଭିଯୁକ୍ତ ଯୋଗୀଲାଲ କତାଇ ମିଲ୍‌ରେ ସୁପରଭାଇଜର ଭାବେ କାର୍ଯ୍ୟ କରେ । ସେହିପରି ପୀଡିତା(19) ଜଣଙ୍କ ଉକ୍ତ ମିଲ୍‌ରେ ଶ୍ରମିକ ଭାବେ କାର୍ଯ୍ୟକରିଥାନ୍ତି ।

ସୁଚନାନୁଯାୟୀ,  ପୀଡିତା  ପାରଡିରେ ତାଙ୍କ ଭାଇ ଓ ଅନ୍ୟ ଯୁବତୀ ସହ ଏକ ଭଡା ଘରେ ରହୁଥିଲେ ।  21 ଜାନୁଆରୀ ରାତିରେ ପୀଡିତା ଘରେ ଏକା ଥିବାବେଳେ ଏହାର ସୁଯୋଗ ନେଇ ପୀଡିତାକୁ ଦୁର୍ବ୍ୟବହାର କରିଥିଲା ଅଭିଯୁକ୍ତ । ଏହାର ପ୍ରତିବାଦ କରିବାରୁ ପୀଡିତା ପାଟିରେ କପଡା ପୁରାଇ ଅଚେତ କରାଦେଇଥିଲା ଅଭିଯୁକ୍ତ । ଦୁଷ୍କର୍ମ କରିବା ପରେ  ନିର୍ଭୟା ମାମଲା ପରି  ପୀଡିତା ଶରୀରରେ  ରଡ ଭର୍ତ୍ତି କରିଥିଲା ଅଭିଯୁକ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top