ଖେଳ

କୋରୋନା ଆତଙ୍କ ! ମୁମ୍ବାଇରେ ଆଇପିଏଲ୍‌ ମ୍ୟାଚ୍‌ ନେଇ ଆଶଙ୍କା       

ମୁମ୍ବାଇ: ଚୀନରୁ ଆରମ୍ଭ କୋରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ 60 ଆକ୍ରାନ୍ତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ବହୁ ଖେଳ ଉପରେ ପଡ଼ିବାକୁ ଯାଉଛି । ଦେଶର ବଡ଼ ଟି-20 ଲିଗ୍‌ ଆଇପିଏଲକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଯଦିଓ ବିସିସିଆଇ ଆଇପିଏଲ ବନ୍ଦ କରିବା ସପକ୍ଷରେ ନାହିଁ କିନ୍ତୁ ରାଜ୍ୟ ସରକାର ନିଜ ରାଜ୍ୟରେ ଖେଳ ବନ୍ଦ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି । ମହାରାଷ୍ଟ୍ର ସରକାର ଆଜି ନିଜର କ୍ୟାବିନେଟ୍‌ ବୈଠକରେ ନିଜ ରାଜ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ସ୍ଥଗିତ କରିବାକୁ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଛି । ଚଳିତ ଥର ଆଇପିଏଲ 29 ମାର୍ଚ୍ଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ଆରମ୍ଭ ହେବାର ଅଛି ।

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତାଙ୍କ ସଂଖ୍ୟା 5ରେ ପହଞ୍ଚିଥିବା ବେଳେ ସରକାର ଏଭଳି କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ବସିବାକୁ ଥିବା କ୍ୟାବିନେଟ ବୈଠକରେ ମୁମ୍ବାଇରେ ହେବାକୁ ଥିବା  ଆଇପିଏଲ ମ୍ୟାଚ ଉପରେ ରୋକ ଲାଗିପାରେ । ସେପଟେ ଚଳିତ ଥର ମୁମ୍ବାଇରେ 7ଟି ମ୍ୟାଚ୍‌ ହେବାର ଅଛି । ମୁମ୍ବାଇ ଇଣ୍ଡିଆନ୍ସର 7ଟି ମ୍ୟାଚ୍‌ ମୁମ୍ବାଇରେ ହେବ ବୋଲି ସ୍ଥିର ହୋଇଥିବା ବେଳେ ଚଳିତ ଥର ଆଇପିଏଲ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ମୁମ୍ବାଇରେ ହେବା ନେଇ ବିସିସିଆଇ ସ୍ଥିର କରିଛି ।

ଅନ୍ୟପଟେ ବିସିସିଆଇ କହିଛି ଦେଶରେ ଏଭଳି ପରିସ୍ଥିତି ଆସିନାହିଁ ଯେ, ଆଇପିଏଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କରିବା ଦରକାର । କିନ୍ତୁ ଏଭଳି ପରିସ୍ଥିତି ଉପରେ ବିସିସିଆଇ ଅଧିକାରୀ ନଜର ରଖିଥିବା କହିଛନ୍ତି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top