ଦେଶ

ମହାରାଷ୍ଟ୍ରରେ ପଲିଟିକାଲ ଡ୍ରାମା : ଆଜି ବସିବ ଚାରି ଦଳର ବୈଠକ, ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

bjp

ମୁମ୍ବାଇ: ମହାରାଷ୍ଟ୍ରରେ ସିଏମ ପଦ ଅକ୍ତିଆର କରିବା ପାଇଁ ସଙ୍ଘର୍ଷ ଚରମ ସୀମାରେ ପହଞ୍ଚିଛି । ଏନେଇ ତୁହାକୁତୁହା ବସୁଛି ଦଳମାନଙ୍କର ବୈଠକ । ଆଜି ପୁଣି ଶିବସେନା ବୈଠକ ବ୍ୟତିତ ଏନସିପି–କଂଗ୍ରେସର ମଧ୍ୟ କୋର କମିଟି ବୈଠକ ବସିବି । ଯେଉଁଥିରେ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ନେଇ ଆଶଙ୍କା କରାଯାଉଛି । ଏଥିହସିତ ବିଜେପି ପୁଣି ଥରେ ବୈଠକ ଡାକିଛି । ରାଜ୍ୟପାଳଙ୍କ ତରଫରୁ ଶିବସେନାକୁ ସରକାର ଗଢିବା ପାଇଁ ପଚରାଯାଇଛି । ଯେଉଁଥିପାଇଁ କି ଏବେ ତୁହାକୁତୁହା ବୈଠକ ବସିଆ ଆରମ୍ଭ ହୋଇଛି ।

ରାଜ୍ୟରେ ସରକାର ଗଠନ ପାଇଁ ଆଜି ଦିନଟି ବହୁ ଗୁରୁତ୍ୱ ରଖୁଛି । ଆଜି 4ଟି ବୈଠକ ବସୁଛି । ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିବା ନେଇ ଆଶଙ୍କା କରାଯାଉଛି । ରାଜ୍ୟପାଳଙ୍କୁ ପାର୍ଟିକୁ ଆଜି ସନ୍ଧ୍ୟା ସୁଦ୍ଧା ନିଜର ଉତ୍ତର ରଖିବାକୁ ପଡିବ । ଏହା ପୂୁର୍ବରୁ ଶିବସେନା ବିଧାୟକ ଆଜି ବଡ଼ ବୈଠକ କରିବ ଏହି ବୈଠକରେ ଉଦ୍ଧବ ଠାକରେ ମଧ୍ୟ ସାମିଳ୍‌ ହେବେ । ଏଠି କହିରଖୁଛୁ ଯେ, ଶିବସେନା ମନ୍ତ୍ରୀ ଅରବିନ୍ଦ ସାଓ୍ୱନ୍ତ ଇସ୍ତଫାର ଘୋଷଣା କରିଛନ୍ତି । ଏନସିପି ସରକାର ଗଢିବା ପୂର୍ବରୁ ଶିବସେନାକୁ ଏନଡିଏ ଛାଡିବା ପାଇଁ ଚ୍ୟାଲଞ୍ଚ ଦେଇଥିଲା, ଆଉ ଏହି ଚ୍ୟାଲେଞ୍ଚକୁ ସ୍ୱିକାର କରି ଶିବସେନା ବିଜେପ ସହ  30 ବର୍ଗଷର ଠବନ୍ଧନ ଭାଙ୍ଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top