ଦେଶ

ମହାରାଷ୍ଟ୍ରରେ ସରକାର ଗଢିବାକୁ ମନାକଲା ବିଜେପି

BJP

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ଆସିଲା ନୂଆ ମୋଡ । ରାଜ୍ୟପାଳଙ୍କୁ ଭେଟି  ନିଜର ଆଭିମୁଖ୍ୟ ରଖିଲା ବିଜେପି । କହିଲା ଆମେ ଏକାକି ସରକାର ଗଢିବା ସମ୍ଭବ ନୁହେଁ । ଏନେଇ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତରଣ କରିଥିଲେ ।

ବିଜେପି ରାଜ୍ୟପାଳଙ୍କୁ ସାକ୍ଷାତ କରି କହିଛି ଯେ,ଆମ ପାଖେ ବିଧାନସଭାରେ ଏକାକି ସରକାର ଗଢିବା ସମ୍ଭବ ନୁହେଁ । ଶନିବାର ଦିନ ବିଜେପିକୁ ସରକାର ଗଢିବା ପାଇଁ ପଚାରିଥିଲେ ରାଜ୍ୟପାଳ । ଏହାପରେ ଆଜି ଫଡ଼ନାବିସ୍‌   ସମେତ ବିଜେପିର ବରିଷ୍ଠ ନେତାମାେନ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଆଭିମୁଖ୍ୟ ରଖିଥିଲେ ।

ଏପଟେ ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦିନ କହିଛନ୍ତି ଯେ, ଯଦି ମହାରାଷ୍ଟ୍ରରେ କେହି ସରକାର ଗଠନ କରିପାରିଲେ ନାହିଁ ତେବେ ଆମ ଦଳ ସରକାର ଗଠନ କରିବାର ଦାୟିତ୍ୱ ନେବୁ । ସେ କଂଗ୍ରେସକୁ ସପୋର୍ଟ କରି କହିଛନ୍ତି ଯେ କଂଗ୍ରେସ ରାଜ୍ୟର ଶୁତ୍ରୁ ନୁହେଁ, ରାଜ୍ୟପାଳ ଏହି ଦଳକୁ ମଧ୍ୟ ରସକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିବା କଥା । ନିର୍ବାଚନ ପରେ ବିଜେପି ସବୁଠାରୁ ବଡ ପାର୍ଟି ଭାବେ ସରକାର ଗଠନ କରିବା ପାଉଁ ପ୍ରସ୍ତୁତି କରୁଥିବାବେଳେ ଶିବସେନା ବିଜେପିର ବିଜୟ ରାସ୍ତାରେ କଣ୍ଟା ହୋଇଠିଆ ହୋଇଥିଲା । କିନ୍ତୁ ଏବେ ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ସ୍ପଷ୍ଟ ମନାକରିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top