ଦେଶ

ଆଜି ମଧ୍ୟାହ୍ନରେ ଘୋଷଣା ହୋଇପାରେ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ତାରିଖ

Election_Commission

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ  ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ  ଘୋଷଣା ହେବା ନେଇ ଜଣାପଡିଛି । ଆଜି ମଧ୍ୟାହ୍ନ ୧୨ଟା ସମୟରେ  ନିର୍ବାଚନ ଆୟୋଗଙ୍କ ପ୍ରେସ କନ୍ଦପରେନ୍ସ ଅଛି ।  ଏହି ସମୟରେ ଦୁଇ ରାଜ୍ୟର   ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।  ତେବେ  ଆଶା କରାଯାଉଛି ମହାରାଷ୍ଟ୍ର ଏବଂ ହରିୟାଣା ରେ ଅକ୍ଟୋବରରେ ନିରବାଚନ ହୋଇବପାରେ  ।  ସେହିପରି ଝାଡଖଣ୍ଡରେ ଡିସେମ୍ବରକୁ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ସମ୍ଭାବନା ରହିଛି ।

ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି । ସୂଚନାଯୋଗ୍ୟ ଆଗାମୀ ନଭେମ୍ବର୨ତାରିଖରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି ।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top