ଦେଶ

ଛିଡ଼ୁନି ସିଏମ ପଦକୁ ନେଇ ବିବାଦ, ଏ ହୋଟେଲରୁ ସେ ହୋଟେଲ ବୁଲୁଛନ୍ତି ଶିବସେନା ବିଧାୟକ

bjp

ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୀତିରେ ଜାରୀ ରହିଛି ମହାବିତର୍କ । ବିଧରନସଭାର କାର୍ଯ୍ୟକାଳ ଶନିବାର ଅର୍ଥାତ୍‌ ଆସନ୍ତାକାଲି ଶେଷ ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରି ନାହିଁ ସରକାର କିଏ ଗଢିବ!

ରାଜ୍ୟର ଦୁଇ ସହଯୋଗୀ  ଦଳ ବିଜେପି ଓ ଶିବସେନା ମଧ୍ୟରେ ସହମତି ନ ହେବା ଯୋଗୁଁ ପରିସ୍ଥିତ ଜଟିଳ ହେବାରେ ଲାଗିଛି। ଏଣେ ଶିବସେନା ନିଜର ସମସ୍ତ ୫୬ ବିଧାୟକଙ୍କୁ ହୋଟେଲ ରଙ୍ଗଶାରଦାରୁ ଅନ୍ୟ ଏକ ହୋଟେଲକୁ ସିପ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି ।   ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋନି ଯେ ବିଧାୟକ କେଉଁଠି ସିପ୍ଟ ହେବେ ।   ସେପଟେ କଂଗ୍ରେସ ବି ନିଜର ୪୪ ବିଧାୟକଙ୍କୁ  ରାଜସ୍ଥାନର ଜୟପୁରରେ ରଖିବାରେ ଲାଗିଛି । ଉଭୟ ଦଳର ଡର କାଳେ ସେମାନଙ୍କ ବିଧାୟକଙ୍କୁ ବିଜେପି ନିଜପଟକୁ କରିନେବ ।

ଏଭଳି ସ୍ଥିତିରେ ବି ଉଭୟ ବିଜେପି-ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ପ୍ରୟାସ କରୁଛି ବୋଲି ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି। । ତେବେ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଗକୁ ଲଢ଼େଇ ଜାରି ରହିବ ବୋଲି ସେ ପୁଣି ଥରେ ଦୋହରାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top