ଦେଶ

ମହାରାଷ୍ଟ୍ର ମାମଲାକୁ ମଙ୍ଗଳବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

sc

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ସଙ୍କଟ ଏବେ ଶେଷ ହେବାର ଜଣାପଡୁନାହିଁ ।  ସୋମବାର ଦିନ ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପିର ଯାଚିକା ଉପରେ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଛନ୍ତି ମଙ୍ଗଳବାର ପର୍ଯ୍ୟନ୍ତ । ଏବେ ମହାରାଷ୍ଟ୍ରର ରାଜନୀତି ସମସ୍ୟା ଉପରେ ମଙ୍ଗବାର ଦିନ ସକାଳ 10.30 ରେ ଶୁଣାଣି ହେବ ।  ଆଜି ପାଖାପାଖି  ଦୁଇ ଘଣ୍ଟା ଏହି ସମସ୍ୟା ଉପରେ କୋର୍ଟରେ କଡାଯୁକ୍ତି ଲାଗିଥିଲା । କଂଗ୍ରେସ-ଏନସିପି-ଶିବସେନା ତରଫରୁ ବହୁ ଶିଘ୍ର (24 ଘଣ୍ଟା ମଧ୍ୟରେ) ଫ୍ଲୋର ଟେଷ୍ଟର ଦାବି କରାଯାଇଛି ।  ସେହିପରି ଏପଟେ ଫଡ଼ନାବିସ୍-ଅଜିତ୍‌ ପାଓ୍ୱାରଙ୍କ ତରଫରୁ  ଆଉ କିଛି ସମୟ ନେବା ପାଇଁ କୁହାଯାଇଛି ।

ପ୍ରଥମେ ରାଜ୍ୟପାଳଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଥିଲେ । ଏହା ପରେ ଏବେ ଅଜିତ ପାଓ୍ଵାରଙ୍କ ଓକିଲ ମନିନ୍ଦର ସିଂ କହିଥିଲେ ଯେ ଏନସିପି ବିଧାୟକ ଦଳ ନେତାଭାବେ ସେ ୫୪ ବିଧାୟକଙ୍କ ପକ୍ଷରୁ ସମର୍ଥନ ପ୍ରଦାନ କରିଥିଲେ । ଏହା ତାଙ୍କ ଅଧକାରଭୁକ୍ତ ।

ଏହା ପୂର୍ବରୁ ବିଭିନ୍ନ ପକ୍ଷ ଏହି ମାଲରେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଶିବସେନା ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ରାଜ୍ୟପାଳ ଏତେ ତରବର ହେବାର କାରଣ କଣ ? ସେ କ’ଣ ୨୪ ଘଣ୍ଟା ଅପେକ୍ଷା କରିପାରିଲେ ନାହିଁ ? ସକାଳ ୫ଟା ୪୭ ମିନଟରେ ରାଷ୍ଟ୍ରପତି ଶାସନ ଉଠାଯିବାର କଣ ଜରୁରୀ ଥିଲା ? ସେହିପରି ଏନସିପି ପକ୍ଷରୁ ଲଢୁଥିବା ଅଭିଷେକ ମନୁସିଂଘଭୀ କହିଛନ୍ତି ଯେ ଏନସିପିର ଯେଉଁ ୫୪ ବିଧାୟକ ଦସ୍ତଖତ କରିଛନ୍ତି ସେମାନେ କେଉଁଠାରେ ମଧ୍ୟ ବିଜେପିକୁ ସମର୍ଥନ କରିବା କଥା କହିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top