ଦେଶ

ଭାଙ୍ଗିଲା ବିଜେପି-ଶିବସେନା ଗଠବନ୍ଧନ

bjp

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନାର 30 ବର୍ଷ ପୁରୁଣା ଗଠବନ୍ଧନ ଭାଙ୍ଗିଛି । ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଶିବସେନା ଏନସିପିକୁ ଦେଇଥିବା ଶର୍ତ୍ତକୁ ପାଳନ କରିବାକୁ ଯାଇ ବିଜେପି ସହ ଗଠବନ୍ଧନ ଭାଙ୍ଗିବାର ନିଷ୍ପତ୍ତି ନେଇଛି । ଏନେଇ ଆଜି ଶିବସେନା ସାସଂଦ ଅରବିନ୍ଦ ସାଓ୍ୱନ୍ତ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପାଇଁ ଘୋଷଣା ମଧ୍ୟ କରିଛନ୍ତି ।

ବହୁ ବାଦବିବାଦ ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ପ୍ରକାଶ ନ ପାଇବାରୁ ବିଜେପି ଓ ଶିବସେନାର ରାସ୍ତା ଅଲଗା ହୋଇଛି । ସରକାର ଗଢିବା ପାଇଁ ଶିବସେନା ରାଷ୍ଟ୍ରବାଦୀ ପାର୍ଟି (ଏନସିପି)ର ଶର୍ତ୍ତକୁ ପାଳନ କରି କେନ୍ଦ୍ରରେ ବିଜେପି ସହ ଗଠବନ୍ଧନ ଭାଙ୍ଗିବାର ନିଷ୍ପତ୍ତି ନେଇଛି । ଶିବସେନାର ଅରବିନ୍ଦ ସାଓ୍ୱନ୍ତ ଟୁଇଟ୍‌ ମାଧ୍ୟମରେ ଇସ୍ତଫା ଦେବା ପାଇଁ  ଘୋଷଣା କରି 11 ଟାରେ ପ୍ରେସ୍‌ କନଫରେନ୍ସ କରିବା ପାଇଁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top