ଦେଶ

କାଶ୍ମୀରରେ ରକ୍ତର ନଦୀ ତ ଦୂରର କଥା ଗୋଟିଏ ମଧ୍ୟ ଗୁଳି ଚାଲିନି: ଅମିତ୍‌ ଶାହ

amit saha

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ସାଙ୍ଗଲୀରେ ନିର୍ବାଚନୀ ଜନସଭାକୁ  ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ  କଂଗ୍ରେସ ଓ ଏନସିପିକୁ କଡା ଯବାବ ଦେଇଛନ୍ତି ।  ଶାହ କହିଛନ୍ତି ଯେ, ସରକାର ହେବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏକ ଐତିହାସିକ  ପ୍ରସ୍ତାବ ନେଇକି ଆସିଲେ ।  ଯେଉଁ ପ୍ରସ୍ତାବ ଦ୍ୱାରା  କାଶ୍ମୀରରେ  ଧାରା 370 ଉଚ୍ଛେଦ ହେଲା । ଅମିତ୍‌ ଶାହ କଂଗ୍ରେସର ରାହୁଲ୍‌ ଗାନ୍ଧୀ ଓ ଏନସିପିକୁ କଡା ଯବାବ ଦେଇ କହିଛନ୍ତି ଯେ, ଗଂଗ୍ରେସ ଓ ଏନସିପି 370 ହଟିବାକୁ ବିରାେଧ କରୁଥିଲେ ଏବଂ କହିଥିଲେ କାଶ୍ମୀରରେ  ରକ୍ତର ନଦୀ ବହି ଯିବ ।  5 ଅଗଷ୍ଟ 2019ରେ 370 ହଟିଗଲା । ଏବେ 5  ଅଗଷ୍ଟ ମଧ୍ୟ  ଅତିବାହିତ ହୋଇଗଲାଣି ରକ୍ତର ନଦୀ କଥା ତ ଛାଡନ୍ତୁ କାଶ୍ମୀରରେ  ଗୋଟିଏ ମଧ୍ୟ ଗୁଳି ବି ଚାଲିନି  ।

ଅମିତ୍‌ ଶାହ ଆହୁରି ମଧ୍ୟ କହିଛନ୍ତି ନରେନ୍ଦ୍ର ମୋଦି ଏମିତ ତ ବିକାଶର ବହୁ କାର୍ଯ୍ୟ କରିଛନ୍ତି  କିନ୍ତୁ ସବୁଠାରୁ ବଡ଼ କାମ  ଦେଶକୁ ସୁରକ୍ଷିତ ରଖିବାର କାର୍ଯ୍ୟ କରିଛନ୍ତି ।  ଉରି ଓ ପୁଲଓ୍ୱାମାରେ  ଆତଙ୍କୀ  ଆକ୍ରମଣରେ ଆମର ଯବାନଙ୍କୁ ମାରିଲା  ପାକ । ସମସସ୍ତଙ୍କୁ ଲାଗୁଥିଲା ଯେ କଣ ହେବ । କିନ୍ତୁ  ଏହା କଂଗ୍ରେସର ସରକାର  ନଥିଲା ଏହା ଥିଲା 56 ଇଞ୍ଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ।

ଏଥିପାଇଁ  ଭାରତୀୟ ସେନା  ପାକିସ୍ତାନରେ ପସି ଆତଙ୍କବାଦୀଙ୍କୁ ମାରି ଫେରିଆସିଥିଲା । ଏହିପରି ଭାବେ ଶାହ ଆଜି  ସାଙ୍ଗଲୀର ନିର୍ବାଚନୀ ଜନସଭାରେ ଗଂଗ୍ରେସ ଓ ଏନସିପିକୁ କଡା ଯବାବ ଦାଇଛନ୍ତି । ସୂଚନାମୁତାବକ ଆଗକୁ  ମହାରାଷ୍ଟର ଓ  ହରିୟାଣାର 21 ଅକ୍ଟୋବରରେ ବିଧାନସଭା ନିର୍ବାଚନ ହେବ ସେଥିପାଇଁ ଅମିତ ଶାହ  ପ୍ରଚାର ପାଇଁ ଗୁରୁବାର ଦିନ ରାଜ୍ୟର ଗସ୍ତରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top