ଦେଶ

ଶିବସେନାର ନୂଆ ଚାଲ୍‌: ବୈଠକରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

bjp

ମୁମ୍ୱାଇ: ରବିବାର ଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ପାର୍ଟି ବିଧାୟକଙ୍କ ବୈଠକ ହୋଇଛି । କିନ୍ତୁ ଏହି ବୈଠକରେ ରୋଚକ ମୋଡ ଆସଛି । ବୈଠକରେ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ଉଠାଯାଇଛି । ହେଲେ ଏହାର ପୂର୍ବରୁ  ଶିବସେନା ଲଗାତାର ଆଦିତ୍ୟ ଠାକରେଙ୍କୁ ସିଏମ କରିବା ପାଇଁ କହିଥିଲା ।
ମୁମ୍ବାଇର ହୋଟେଲ ରିଟ୍ରୀଟ୍‌ରେ ରହିଛନ୍ତି ଶିବସେନା ବିଧାୟକ । ସେଠାରେ ରବିବାର ଦିନ ଉଦ୍ଧବ ଠାକରେ ଏ ସମସ୍ତ ବିଧାୟକଙ୍କୁ ଭେଟିବାକୁ ପହଞ୍ଚିଥିଲେ ।

ଉଦ୍ଧବ ଯେତେବେଳେ ଏହି ହୋଟେଲ୍‌ରେ ବିଧାୟକମାନଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ ସାଙ୍ଗରେ ଥିଲେ ତାଙ୍କ ପତ୍ନି । ବୈଠକରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଗରିବା ପାଇଁ ଦାବି କରାଯାଇଛି । ତେବେ ଏହି ବୈଠକ ପୂର୍ବରୁ ମୁମ୍ବାଇର ରାସ୍ତାରେ ରବିବାର ଦିନ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ  କରିବା ପାଇଁ ଦାବି କରି  ପୋଷ୍ଟର ଲଗା ଯାଇଛି ।

ଆଦିତ୍ୟଙ୍କ ବଦଳରେ ହଠାତ୍ ଉଦ୍ଧବଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ବିଧାୟକ ଦାବି କରିଛନ୍ତି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଶିବସେନା ଏବେ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବା ପାଇଁ ଦାବି କରୁଛି। ବୋଧହୁଏ ଆଦିତ୍ୟଙ୍କ ନାମକୁ ନେଇ ଅନ୍ୟ ଦୁଇ ଦଳର ବିଧାୟକମାନେ ସହମତି ପ୍ରକାଶ କରିପାରୁ ନାହାନ୍ତି। ତେଣୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳୀୟ ବିଧାୟକ ଦାବି କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ଜୟପୁରର ହୋଟେଲରେ ଥିବା କଂଗ୍ରେସ ବିଧାୟକ ଶିବସେନାକୁ ସମର୍ଥନ କରିବା ପାଇଁ ରାଜି ହୋଇଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି। ହେଲେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ଏଯାଏ କୌଣସି ମତାମତ ରଖି ନାହାନ୍ତି। ତେବେ କଂଗ୍ରେସର ବିଧାୟକ ଦଳର ନେତା ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିବା ସୂଚନା ରହିଛି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top