ଦେଶ

ମହାରାଷ୍ଟ୍ରରେ ମେ’ ୧ରୁ ଲାଗୁ ହେବ ଏନପିଆର

ମୁମ୍ବାଇ: ମହାରାଷ୍ଟ୍ରରେ  ମେ’ 1ରୁ ଲାଗୁ ହେବ ଏନପିଆର ।  ଏନପିଆର ଲାଗୁ ନେଇ ଉଦ୍ଧବ ଠାକରେ ସରକାର ଏହି ନିଷ୍ପତ୍ତି  ନେଇଛନ୍ତି ।  ସରକାରଙ୍କ  ଏହି ନିଷ୍ପତିକୁ ନେଇ ବିରୋଧି ଦଳମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା  ଜାରି ରହିଛି । ତେବେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ମେ’ 1ରୁ ଜୁନ୍‌ 15 ପର୍ଯ୍ୟନ୍ତ ଏନପିଆର ସମ୍ପର୍କିତ ସୂଚନା ଏକତ୍ର କରିବାର  ଅଧିସୂଚନା ଜାରି କରିଦେଇଛନ୍ତି ।  ଏପଟେ ମହାରାଷ୍ଟ୍ରର ରେଜିଷ୍ଟର ଜେନେରାଲ ଓ ଜନଗଣନା ଆୟୁକ୍ତ (ଆରଜିସିସି)ର କାର୍ଯାଳୟ ତରଫରୁ ଏନପିଆର ଓ ଜନଗଣନାକୁ ନେଇ ରାଜ୍ୟ ଅଧିକାରୀଙ୍କ ସହ 6 ଫେବ୍ରୁଆରୀରେ ଏବ ବୈଠକ କରାଯାଇଥିଲେ ।

ଏହି ଦୁଇ ପ୍ରକ୍ରିୟାକୁ  ଲାଗୁ କରିବା ପାଇଁ  ପାଖାପାଖି 3.34 ଲକ୍ଷ କର୍ମଚାରୀ ମୁତୟନ କରାଯାଇଛି ।  ଏହାକୁ ନେଇ ମହାରାଷ୍ଟ୍ର ସରକାର ବହୁତ ଶିଘ୍ର ଅଧିସୂଚନା ଜାରି କରିବେ । ଜନଗଣନା ସଞ୍ଚାଳନ ର ନିର୍ଦ୍ଦେଶକ ପିକେ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ଦେଇଥିବା ସୁଚନାନୁଯାୟୀ ଏନପିଆର ପାଇଁ ପାଖାପାଖି 11,000 ଲୋକଙ୍କର ଏକ ଟିମ୍‌  ନିଯୁକ୍ତି କରାଯିବ । ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମଧ୍ୟ ଆରମ୍ଭ  ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top