ଖେଳ

ମହେନ୍ଦ୍ର ସିଂ ଧୋନିଙ୍କ ସମୟ ଏପର୍ଯ୍ୟନ୍ତ ସରିନାହିଁ: ବିଜୟ ଦହିୟା

ଅର୍ଗସ ବ୍ୟୁରୋ: କିଛି ଦିନ ହେବ ଭାରତୀୟ ଦଳ କ୍ରିକେଟ ଦଳରେ ଦେଖିବାକୁ ମିଳୁନି ମହେନ୍ଦ୍ର ସିଂ ଧୋନିଙ୍କୁ । ତେବେ ଧୋନି ଭାରତୀୟ ଦଳରେ ଦୂରେଇ ରହିବା ଯୋଗୁଁ ବହୁ ଜାଗାରେ ତାଙ୍କର ଅବସର କଥା ମଧ୍ୟ ଚର୍ଚ୍ଚା ହେଉଛି । ଶେଷଥର ପାଇଁ ଧୋନି ନ୍ୟୁଜଲାଣ୍ଡ ବିପକ୍ଷରେ ୨୦୧୯ ଏକଦିବସୀୟ ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

ମହେନ୍ଦ୍ର ସିଂ ଧୋନିଙ୍କ ସମୟ ସରିନାହିଁ ଏବଂ ବହୁ ଜଲଦି ଭାରତୀୟ ଦଳରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ନିଜର ସାକ୍ଷାତକାର ଦେଇ କହିଛନ୍ତି ଭାରତୀୟ ଦଳର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟସମାନ ବିଜୟ ଦହିୟା । ଦହିୟାଙ୍କ ମତରେ ଯେବେବି ଭାରତୀୟ କ୍ରିକେଟ କଥା ଆଲୋଚନା କରାଯିବ ମହେନ୍ଦ୍ର ସିଂ ଧୋନିଙ୍କ ନାମ ନିହାତି ଆଲୋଚନାକୁ ଆସିବ ।

ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବାର ନଜର ଆସିବେ ଧୋନି । ୟୁଏଇରେ ଆୟୋଜିତ ହେଉଥିବା ଏହି ଆଇପିଏଲ ସେପ୍ଟେମ୍ବର ମାସ ୧୯ ରୁ ଆରମ୍ଭ ହେବ । ଧୋନିଙ୍କ ବ୍ୟତୀତ ଚେନ୍ନାଇ ଦଳରେ ଥିବା ଭାରତୀୟ ଭେଟେରାନ ଅଫ ସ୍ପିନର ହରଭଜନ ସିଂ ମଧ୍ୟ ବହୁ ଦିନ ହେବ କ୍ରିକେଟ ଖେଳିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top