ନ୍ୟୁଜ୍

ନର୍ସ ନିହାରୀକା ହତ୍ୟା ଘଟଣା: ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଭେଟିଲା ମହିଳା ବିଜେପି

niharika

ଭୁବନେଶ୍ୱର: ନର୍ସ ନିହାରୀକା ହତ୍ୟା ଘଟଣା । ଭିଙ୍ଗାରପୁର ଯାଇ ମୃତ ଯୁବତୀଙ୍କୁ ପରିବାର ଲୋକଙ୍କୁ ଭେଟିଲା ମହିଳା ବିଜେପି । ସମବେଦନା ଜଣାଇବା ସହ ଘଟଣା ସଂପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ଟିମରେ ଲେଖାଶ୍ରୀ ସାମନ୍ତ ସିହାଂରଙ୍କ ସମେତ ବହୁ ବିଜେପି ନେତ୍ରୀ ସାମିଲ ଥିଲେ । ଗତ 17 ତାରିଖରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବିଲୁଆ ଖାଇ ନଦୀ ପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ଅଖାରେ ବାନ୍ଧି ଫୋପାଡି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏ ନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top