ନ୍ୟୁଜ୍

କାହିଁକି ଫିଲ୍ମଠୁ ଦୂରେଇ ଯାଇଥିଲେ ମହିମା ଚୌଧୁରୀ ? ଜାଣନ୍ତୁ…

ଅର୍ଗସ ବ୍ୟୁରୋ : ବଲିଉଡରେ ମହିମା ଚୌଧୁରୀ ଶାହରୁଖ ଖାନଙ୍କ ସହ ସୁପରହିଟ୍ ଫିଲ୍ମ ‘ପରଦେଶ’ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ସହିତ ମହିମାଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ସେହି ଫିଲ୍ମ ପାଇଁ ମହିମାଙ୍କୁ ଫିଲ୍ମଫେୟାର ଆୱାର୍ଡ଼ ମଧ୍ୟ ମିଳିଥିଲା । ଏହା ପରେ ମହିମା ବଲିଉଡରେ ବହୁତ ସକ୍ରିୟ ଥିଲେ । କିନ୍ତୁ ହଠାତ୍ ତାଙ୍କ କ୍ୟାରିଅର୍ ବ୍ରେକ୍ ଲାଗିଥିଲା । ସେ ନିଜକୁ ଫିଲ୍ମ ଦୁନିଆରୁ ଦୂରେଇ ରଖିଥିଲେ ।

ତେବେ ଆମେ କହି ରଖୁଛୁ, ନିକଟରେ ମହିମା ଚୌଧୁରୀ ତାଙ୍କ ସଫଳ କ୍ୟାରିୟରରୁ ବିରତି ବିଷୟରେ ଆଲୋଚନା କରିଥିଲେ । ମହିମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଫିଲ୍ମ ‘ଦିଲ୍ କ୍ୟା କରେ’ ର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ସେ କହିଥିଲେ ଯେ ବେଙ୍ଗାଲୁରୁର ଏକ ଷ୍ଟୁଡିଓକୁ ଯାଉଥିବାବେଳେ ତାଙ୍କ କାରକୁ ଧକ୍କା ଦେଇଥିଲା ଏକ ଟ୍ରକ । କାରର ଗ୍ଲାସ ଭାଙ୍ଗି ମହିମାଙ୍କ ମୁହଁରେ ପଶି ଯାଇଥିଲା ।

ତେବେ ମହିମା ତାଙ୍କ ଦୁର୍ଘଟଣାକୁ ମନେ ପକାଇ କହିଥିଲେ ଯେ, ‘ସେହି ସମୟରେ ସେ ଅନୁଭବ କରିଥିଲେ ଯେ ସେ ମରିବାକୁ ଯାଉଛନ୍ତି’ । ‘ଦୁର୍ଘଟଣା ପରେ ସେ ଦର୍ପଣରେ ମୁହଁ ଦେଖି ନର୍ଭସ ହୋଇଯାଇଥିଲେ । କାରଣ ତାଙ୍କ ମୁହଁରୁ 67 ଖଣ୍ଡ କାଚ ବାହାର କରାଯାଇଥିଲା’ । ସେହି ସମୟରେ ମହିମାଙ୍କୁ ଅନେକ ଚଳଚ୍ଚିତ୍ର ଛାଡିବାକୁ ପଡିଲା । ହେଲେ ସେ ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି । ଯଦି ତାଙ୍କୁ ସୁଯୋଗ ମିଳେ, ସେ ‘ତୁମ୍ ହାରୀ ସୁଲୁ’ରେ ବିଦ୍ୟା ବାଲାନଙ୍କ ଚରିତ୍ର ପରି ଭୂମିକା ଗ୍ରହଣ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top