ଦେଶ

ହିମାଚଳ ବନ୍ୟାରେ ଫସି କରି ଅଛନ୍ତି ମଲୟାଲମ ଅଭିନେତ୍ରୀ ମଞ୍ଜୁ ଓ୍ଵାରିୟର

malayala actress

ନୂଆଦିଲ୍ଲୀ : ଦେଶ ଅନେକ ରାଜ୍ୟରେ  ପ୍ରବଳ ବର୍ଷା ସହ ବନ୍ୟାର ତାଣ୍ଡବ ଲାଗି ରହିଛି । ଏହି ମଧ୍ୟରେ ହିମାଚଳ ବନ୍ୟାରେ ଫସି କରି ଅଛନ୍ତି ମଲୟାଲମ ଅଭିନେତ୍ରୀ ମଞ୍ଜୁ ଓ୍ଵାରିୟର । ଲୋକପ୍ରିୟ ମଲୟାଲମ ଅଭିନେତ୍ରୀ ମଞ୍ଜୁ ଓ୍ଵାରିୟର ଏକ ଫିଲ୍ମର ସୁଟିଂ କରିବାକୁ ଯାଇ  ୩୦ଜଣ କ୍ର‌୍ୟୁ ସଦସ୍ୟଙ୍କ ସହ ହିମାଚଳ ବନ୍ୟାରେ ଫସିଥିବା ଜଣାପଡ଼ିଛି । ହିମାଚଳର ମଣ୍ଡି ଜିଲ୍ଲାରେ ଥିବା ଚତ୍ରାକୁ ସୁଟିଂ ପାଇଁ ଯାଇଥିବା ବେଳେ ପୂରା ଟିମ୍‌ ବନ୍ୟାରେ ଫସି ଯାଇଥିଲେ। ଫୋନର ନେଟ୍‌ଓ୍ଵାର୍କ  ନଥିବା ବେଳେ ବହୁ କଷ୍ଟରେ ମଞ୍ଜୁ ନିଜ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ ।

ତେବେ ସେଠାରେ ସମୁଦାୟ 220 ଜଣ ଫସିକରି ଅଛନ୍ତି । ଯାହା ପରେ ମଞ୍ଜୁଙ୍କ ଭାଇ ମଧୁ ବିଦେଶ ରାଜ୍ୟମନ୍ତ୍ରୀ ଭି ମୁରଲୀଧରଣଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇଥିଲେ । ଏ ନେଇ ସୂଚନା ପାଇ ଭି ମୁରଲୀଧରନ୍ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ତୁରନ୍ତ ସାହାଯ୍ୟ କରିବାକୁ କହିଥିଲେ । ଏହା ପରେ ହିମାଚଳପ୍ରଦେଶ ସରକାର ଏବେ ଉଦ୍ଧାରକାର୍ଯ୍ୟ   ପାଇଁ ଆଦେଶ ଦେଇଛନ୍ତି ।

ଆଜି ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ୩ସପ୍ତାହ ପୂର୍ବରୁ ମଞ୍ଜୁ ଏବଂ ତାଙ୍କର ୩୦ଜଣିଆ ଟିମ୍‌ ସନଲ କୁମାର ଶଶିଧରନଙ୍କ  ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ପାଇଁ ହିମାଚଳ ଯାଇଥିଲେ । ହଠାତ୍‌ ବନ୍ୟା ଜଳ ଆସିବାରୁ ସେମାନେ ସେଠାରୁ ବାହାରି ପାରି ନଥିଲେ । ଫୋନରେ ନେଟ୍‌ଓ୍ଵାର୍କ ନଥିବାରୁ କେହି ନିଜ ପରିବାର ସହ ସଂପର୍କ ମଧ୍ୟ କରି ପାରୁ ନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top