X
Breaking News
ଦେଶ

ନୁସରତଙ୍କ ଗ୍ରାଣ୍ଡ ରିସେପ୍ସନ୍…

Nusrat Jahan

ମୁମ୍ୱାଇ: ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ ଜାହାଁଙ୍କ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିି ଆୟୋଜିତ ହୋଇଯାଇଛି । କଲିକତାର ଆଇଟିସି ରୟଲରେ ଆୟୋଜନ କରାଯାଇଥିଲା ନୁସରତଙ୍କ ରେସେପ୍ସନ୍ ପାର୍ଟି । ଏହି ଗ୍ରାଣ୍ଡ ପାର୍ଟିରେ ରାଜନୀତିରୁ ଆରମ୍ଭ କରି ସିନେମା ଏବଂ ବ୍ୟବସାୟ ଜଗତର ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିଥିଲା ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ମିମି ଚକ୍ରବର୍ତ୍ତି ଏହି ଗ୍ରାଣ୍ଡ ପାର୍ଟିରେ ସାମିଲ ହୋଇଥିଲେ । ଟିଏମ୍‌ସିର ବହୁ ବରିଷ୍ଠ ନେତା ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ । ତେବେ ରିସେପ୍ସନ୍ ପାର୍ଟିରେ ନୁସରତ ଏକ ମେରୁନ୍ ରଙ୍ଗର ଲେହେଙ୍ଗା ସହ ବେକରେ ମଙ୍ଗଳସୁତ୍ର ଏବଂ ହାତରେ ଲାଲ୍ ଚୁଡି, ମଥାରେ ସିନ୍ଦୁର ପିନ୍ଧି ସମ୍ପୁର୍ଣ୍ଣ ଭାରତୀୟ ନବବଧୂଙ୍କ ଭଳି ଲୁକ୍‌ରେ ଆସିଥିଲେ । ନୁସରତଙ୍କ ସ୍ୱାମୀ  ନିଖିଲ୍ ଜୈନ୍ ମଧ୍ୟ ଏକ ବ୍ଲାକ କଲର ଶେରୱାନି ରେ ଖୁବ୍ ହାଣ୍ଡସମ୍ ଲାଗୁଥିଲେ । ଏହି ନୈସ୍ୟ ଭୋଜିରେ ଇଟାଲିଆନ୍, ବଙ୍ଗାଳି, ଭେଜ୍ ଏବଂ ନନ୍‌ଭେଜ୍ ମେନ୍ୟୁ ପ୍ରସ୍ତୁତ କରାଯାଇଥିଲା । ନୁସରତ ୧୯ଜୁନ୍ ରେ ତୁର୍କିର ବୋଡରମ୍ ରେ ନିଖିଲ୍ ଜୈନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top