ନ୍ୟୁଜ୍

କ୍ୱାରେଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ମାଡ, ଗର୍ଭବତୀ ସ୍ତ୍ରୀଙ୍କୁ ଭେଟିବାକୁ ଯାଇ ମାଡ ଖାଇଲେ ସ୍ୱାମୀ

mada

ଭଦ୍ରକ:  କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା । ଅସୁସ୍ଥ ଥିବା ପ୍ରବାସୀଙ୍କୁ ମିଳୁନି ଚିକିତ୍ସା ସୁବିଧା । ସମ୍ପର୍କୀୟଙ୍କୁ କହିଲେ, ଆକ୍ରମଣ କରୁଛନ୍ତି ସୁରକ୍ଷା କର୍ମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ତୋଡଙ୍ଗା କ୍ୱାରେଣ୍ଟାଇନ କେନ୍ଦ୍ରରେ । ଯୁବକଙ୍କୁ ସୁରକ୍ଷା କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଏହି ଯୁବକ ଜଣକ ପରିବାର ସହ ଦିଲ୍ଲୀରୁ ଫେରିଥିଲେ । ସାଙ୍ଗରେ ଥିଲେ ୬ ମାସର ଗର୍ଭବତୀ ସ୍ତ୍ରୀ । ଦୁହିଁଙ୍କୁ ବନ୍ତ ବ୍ଲକ ତୋଡଙ୍ଗା କ୍ବାରେଣ୍ଟାଇନ ସେଣ୍ଟରରେ ରଖିଥିଲା ପ୍ରଶାସନ । ରାତିରେ ସ୍ତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ଶୁଣିବାକୁ କୌଣସି ମହିଳା ସୁରକ୍ଷା କର୍ମୀ ନଥିଲେ । ତେଣୁ ବାଧ୍ୟ ହୋଇ ସ୍ବାମୀଙ୍କୁ ଜଣାଇଥିଲେ ମହିଳା । ଯୁବକ ଜଣକ ତାଙ୍କ ସ୍ତ୍ରୀ ରହୁଥିବା ରୁମ୍ ପାଖରେ ପହଞ୍ଚିବାରୁ ସୁରକ୍ଷା କର୍ମୀ ପିଟିଥିବା ଅଭିଯୋଗ ହୋଇଛି ।

ଏବେ ପ୍ରଶ୍ନ ଉଠୁଛି, ଫୋନ ଉଠାଉନାହାଁନ୍ତି ସରପଞ୍ଚ । ତାହେଲେ ଭଲମନ୍ଦ ହେଲେ କାହାକୁ କହିବେ ପ୍ରବାସୀ ? ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦାୟିତ୍ବରେ ଥିବା କର୍ମଚାରୀ ସମ୍ବେଦନଶୀଳତା ଦେଖାଇବା ଉଚିତ୍ ନୁହେଁ କି ?
ବିଡ଼ିଓ କହୁଛନ୍ତି, ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ କଥାବାର୍ତ୍ତା ପାଇଁ ସୁଯୋଗ ଦିଆଯାଇଥିଲା । ତେବେ ଏଠି କଥାବାର୍ତ୍ତା ନୁହେଁ ଅସୁସ୍ଥତାକୁ ନେଇ କଣ ବ୍ୟବସ୍ଥା କରିଛି ପ୍ରଶାସନ ? ଅସୁସ୍ଥ ହେଲେ କାହାକୁ ଜଣାଇବେ ପ୍ରବାସୀ ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ କିପରି ଏଡାଇ ଯାଉଛନ୍ତି ଦାୟିତ୍ବରେ ଥିବା ଅଧିକାରୀ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top