ଅପରାଧ

ସ୍ତ୍ରୀର ପ୍ରେମିକକୁ ହାଣି ଦି’ଖଣ୍ଡ କଲା ସ୍ୱାମୀ

ବାଲେଶ୍ୱର: ପରକୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ଦି ଗଡ କଲା ସ୍ୱାମୀ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀର ପ୍ରେମିକକୁ ନିର୍ମମ ଭାବେ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ ।

ଦୁଧିଆଶୁଳ ଗାଁର ବିଶ୍ୱମ୍ବର ନିଜ ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା । ଅନ୍ୟ ଜଣେ ଯୁବକଙ୍କ ସହ ଅଭିଯୁକ୍ତ ସ୍ତ୍ରୀର ଅନୈତିକ ସଂପର୍କ ଥିବା ଜାଣିପାରି ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିନଥିଲା ବିଶ୍ୱମ୍ବର । ଘରେ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହ ଶୋଇଥିବାବେଳେ ଯୁବକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା ଅଭିଯୁକ୍ତ ।

ଟାଙ୍ଗିଆରେ ଚୋଟ ମାରି ଯୁବକଙ୍କୁ ଦୁଇ ଖଣ୍ଡ କରି ଦେଇଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କ ଜୀବନ ଛାଡି ଯାଇଥିଲା । ମୃତ ଯୁବକ ରାଇବଣିଆ ଥାନା ମାଙ୍କିଡ଼ିଆ ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି ।

ଥାନାରେ ଆତ୍ମସମର୍ପଣ ପରେ ପୁରା ଘଟଣାକୁ ସ୍ୱୀକାର କରିଛି ଅଭିଯୁକ୍ତ । ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ୍ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top