ନ୍ୟୁଜ୍

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

accident

ଜଗତସିଂହପୁର:  ଆଜି ପାରାଦ୍ଵୀପ ଟର୍ମିନାଲ୍ ଛକଠାରେ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକଙ୍କ ଘର କୁଜଙ୍ଗ ବ୍ଲକ ଚଟୁଆ ପୋଖରିଆପଡା ଗ୍ରାମରେ । ସେ ପାରାଦ୍ଵୀପ ମାଛଧରା ବନ୍ଦରରେ ଗେଟ୍ ଜଗୁଆଳି ଭାବରେ କାମ କରୁଥିଲେ। ଆଜି କିଛି ମାଛ ନେଇ ନିଜ ଘରକୁ ଫେରୁଥିବାବେଳେ ତାଙ୍କ ପଛପଟୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଅଜୟ ଦାସଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପାରାଦ୍ଵୀପ ଆଦର୍ଶ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ୟାଙ୍କର ଟିକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ପଠାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top