ଦେଶ

ଏମିତି ବି ଆସେ ମୃତ୍ୟୁ !

Death when dancing

ରାଜସ୍ଥାନ : ହସ ଖୁସିରେ ମସଗୁଲ୍ ବନ୍ଧୁ ପରିଜନ । ହାତରେ ହାତ ଛନ୍ଦି ନାଚୁଥିଲେ ପ୍ରେମୀ ଯୁଗଳ । ଆଉ ଗୀତ ବାଜୁଥିଲା ପ୍ରସିଦ୍ଧ ହିନ୍ଦି ସିନେମା ‘ଦିଲ୍ ୱାଲେ ଦୁଲହନିଆଁ ଲେ ଯାଏଗେଁ’ର ଲୋକପ୍ରିୟ ଗୀତ ‘ତୁଝେ ଦେଖା ତୋ ଏ ଜାନା ସନମ୍’ । ହେଲେ ଗୀତରେ ନାଚୁ ନାଚୁ ଟଳିପଡିଲେ ଯୁବକ ଜଣକ । ହୃଦଘାତ ଯୋଗୁଁ ହଠାତ୍ ଲିଭିଗଲା ଯୁବକଙ୍କ ଜୀବନ ଦୀପ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଜସ୍ଥାନରେ । ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି ।

ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଗୀତର ପଦ ‘ତେରୀ ବାହୋଁ ମେ ମର୍ ଯାଏଁ ହମ୍’ ବାଜିବା ସମୟରେ ହିଁ ହଠାତ୍ ଯୁବକ ଜଣକ ତଳେ ପଡିଯାଇଥିଲେ । ହେଲେ ଯୁବତୀ ଜଣକ ଏକଥା ଜାଣିନପାରି କିଛି ସମୟ ଏକା ନାଚିଥିଲେ । କେହି କିଛି ବୁଝିବା ପୂର୍ବରୁ ଦୁନିଆ ଛାଡି ସାରିଥିଲେ ଯୁବକ ଜଣକ । ମୃତ ଯୁବକଙ୍କ ନାଁ ବିଜୟ ଢୋଲକିଆ ହୋଇଥିବା ବେଳେ ତାଙ୍କ ସହ ନାଚୁଥିବା ଯୁବତୀଜଣକ ତାଙ୍କ ପତ୍ନୀ ବୋଲି ଜଣା ପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top