ନ୍ୟୁଜ୍

ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

dead

ଖୋର୍ଦ୍ଧା:  ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର । ଏକ ଜଳଖିଆ ଦୋକାନ ଭିତରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀରେ । ସୂଚନାନୁସାରେ,  ବୁଧବାର ସକାଳେ ବାଘମାରୀ ଛକରେ ଥିବା ଏକ ଜଳଖିଆ ଦୋକାନ ଭିତରେ ବିଶ୍ୱରଞ୍ଜନ ନାମକ ଜଣେ ଯୁବକ ବେକରେ ରଶି ଦେଇ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଭିଣୋଇ ବାସୁ ସାହୁ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଦୀର୍ଘ ୬ବର୍ଷ ହେବ ତାଙ୍କ ଭିଣୋଇ ବାସୁ ସାହୁଙ୍କ ଜଳଖିଆ ଦୋକାନରେ କାମ କରୁଥୁଲା। ଆଜି ସକାଳେ ତା ଭିଣୋଇ ଦୋକାନ ଖୋଲୁଥିବା ସମୟରେ ବିଶ୍ୱରଞ୍ଜନ  ଆତ୍ମହତ୍ୟା କରିଥିବା ଦେଖି ପୋଲିସକୁ ଖବର ଦେଇଥିଲା। ଏ ନେଇ ବାଘମାରୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top