ରାଜ୍ୟ

ହାତୀ ଆକ୍ରମଣରେ ଜଣେ ଗୁରୁତର

 ମୟୂରଭଞ୍ଜ: ବ୍ୟକ୍ତିଙ୍କୁ ଶୁଣ୍ଢରେ ଧରି ଫୁଟବଲ ପରି ଫିଙ୍ଗିଦେଲା ହାତୀ । ଫଳରେ ବ୍ୟକ୍ତି ଗୁରୁତର ଆହତ ହେବା ସହ ଚିକିତ୍ସିତ ହେଉଛନ୍ତି । ଏଭଳି ଘଟଣା ଘଟିଛି କରଞ୍ଜିଆ ବନଖଣ୍ଡ ଅଧୀନ କରଞ୍ଜିଆ ରେଞ୍ଜରେ ଥିବା ଚିତ୍ରପୋଷୀ ଗାଁରେ  । ବୁଦ୍ଧଦେବ ଵୁଣ୍ଡୁଆ (40) ଆଜି ହାତୀ ସାମ୍ନାରେ ପଡ଼ିଯାଇଥିଲେ । ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ତେବେ ଏଭଳି ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ । ପରେ ବୁଦ୍ଧଦେବଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ପଠାଇଥିଲେ ।

ଗତକାଲି ହାତୀ ପଲଙ୍କୁ କେନ୍ଦୁଝର ଜିଲ୍ଲା ତୁର୍ମୁଙ୍ଗା ପାର କରି ଆସିଥିଲା ବନବିଭାଗ । ପୁଣି ହାତୀ ପଲ କରଞ୍ଜିଆ ମୁହାଁ ହୋଇ ଏବେ ଏକଘରି ଜଙ୍ଗଲରେ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top