ଦେଶ

‘ମନ୍‌ କି ବାତ୍‌’: ଭାରତ-ଚାଇନା ସୀମା ବିବାଦ ଓ କରୋନା କଟକଣା ସ୍ଥିତି ନେଇ ମନର କଥା କହିଲେ ମୋଦି

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୬୬ତମ ସଂସ୍କରଣ । ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରଙ୍କୁ ସଲାମ କଲେ ମୋଦି । ଏହାସହ କହିଲେ ସୀମା ସୁରକ୍ଷାରେ ସାଲିସ କରାଯିବ ନାହିଁ । ଭାରତ ଉପରେ ନଜର ପକାଇଲେ କଡ଼ା ଜବାବ ଦିଆଯିବ ।

ଏହାସହ କହିଛନ୍ତି ଯେ, ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ, ଆଉ ଜବାବ୍ ଦେବା ମଧ୍ୟ ଜାଣେ । ଲଦାଖରେ ଶତ୍ରୁଙ୍କୁ ଯବାନ ମାନେ କଡ଼ା ଜବାବ୍ ଦେଇଛନ୍ତି । ଯବାନଙ୍କ ପ୍ରାଣବଳୀ ବୃଥା ଯିବନି, ତାଙ୍କ ପାଇଁ ଗର୍ବ କରିବା । ସମସ୍ତଙ୍କ ସଂକଳ୍ପ ଓ ସମର୍ପଣ ଭାବ ଆମ ଦେଶର ଶକ୍ତି । ଭାରତ ଆତ୍ମ ନିଭର୍ରଶୀଳ ଦିଗରେ ଅଗ୍ରସର ହେଉଛି ।କୋରୋନାକୁ ହରାଇବା, ଦେଶକୁ ମଜବୁତ କରିବା ବୋଲି ମୋଦି ପରାମର୍ଶ ଦେଇଛନ୍ତି । ମହାମାରି ଆମ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି । ଏହାସହ ଭୋକାଲ ଫର୍ ଲୋକାଲ କଥା କହିଛନ୍ତି ମୋଦି । ଅନଲାଇନ୍ ପାଠ ପଢ଼ାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶକୁ ସମ୍ବୋଧିତ କରି ଭାରତବାସୀ କିଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼ି ସଫଳ ହୋଇଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ । ଏହା ସହ ଆତ୍ମନିର୍ଭର ହେବା ପାଇଁ କହିବା ସହ ଚୀନ ସହ ଚାଲିଥିବା ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲା । ସେ କହିଥିଲେ, ଦେଶ ଏବେ କୋରୋନା ମହାମାରୀ ସହ ଲଢ଼ୁଥିବା ବେଳେ କିଛି ଲୋକ ୨୦୨୦ କେବେ ଶେଷ ହେବ ସେ ବିଷୟରେ ଚିନ୍ତା କରୁଛନ୍ତି  । ୨୦୨୦ରେ ଆମ ଦେଶ କୋରୋନା ଭଳି ମହାମାରୀ ସହ ଲଢ଼ିବା ସହ, ‘ଅମ୍ଫାନ’ ଏବଂ ନିସର୍ଗ ଭଳି ବାତ୍ୟା, ପଙ୍ଗପାଳ, ଭୂମିକମ୍ପ ଏବଂ ଚୀନ ସହ ବିବାଦର ସମସ୍ୟାକୁ ସାମ୍ନା କରିଛି  । କିନ୍ତୁ ଆମେମାନେ ମିଳିମିଶି ଏହି ସବୁ ସମସ୍ୟାର ସାମ୍ନା କରି ପାରିବା  । ଆମର ଇତିହାସ ଦର୍ଶାଏ ଯେ, ଆମେ ସବୁବେଳେ ଅନେକ ବଡ ବଡ ସମସ୍ୟାର ସାମ୍ନା ସାହସର ସହ କରିଛୁ ଏବଂ ଏହା ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛୁ  ।

ଆତ୍ମନିର୍ଭର ଭାରତ ଉପରେ ଆଲୋଚନା କରି ସେ କହିଥିଲେ ଯେ, ଭାରତବାସୀ ଆତ୍ମନିର୍ଭରଶୀଳ ହେବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇଛନ୍ତି । ଏହା ସହ ବିଦେଶୀ ଜିନିଷ ବ୍ୟବହାର ନ କରି ନିଜ ଦେଶରେ ତିଆରି ହେଉଥିବା ଜିନିଷ ବ୍ୟବହାର କରିବା ପାଇଁ ମନ ବଳାଉଛନ୍ତି  । ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ ଜଣାଇ ଅନେକ ଲୋକ ମୋତେ ଚିଠି ଜରିଆରେ ନିଜ ମନ କଥା କହିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top