ନ୍ୟୁଜ୍

ଗ୍ୟାସ ଟାଙ୍କି ଫାଟିବାରୁ ବାପ ମୃତ, ପୁଅ ଗୁରୁତର

death

ବାଲେଶ୍ୱର: ଗ୍ୟାସ ଟାଙ୍କି ଫାଟିଯିବାରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଦିଲ୍ଲୀ ସ୍ଥିତ ସପ୍ତଜଙ୍ଗ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଗତ 12ତାରିଖରେ ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଲାଗି ବାଲେଶ୍ୱର ସିମୁଳିଆ ଥାନା ଅନ୍ତରା ଗ୍ରାମର ଜଗବନ୍ଧୁ ବେହେରାଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି । ପୁଅ ଗୁରତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି।  ଦୀର୍ଘ ଦିନ ଧରି ଦିଲ୍ଲୀରେ ଏକ ହୋଟେଲରେ ରହି ବାପ ପୁଅ କାମ କରି ରହୁଥିଲେ।

ସୂଚନାମୁତାବକ, ଗତ ୧୨ତାରିଖରେ ନିଜେ ଖାଇବା ପାଇଁ ରୁମରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଆଜି ବାପା ଜଗବନ୍ଧୁଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ମୃତ ଦେହକୁ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଅଣା ଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top