ଅପରାଧ

ପ୍ରେମିକାକୁ ଗୁଳି କରି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା

gf/bf

ଅର୍ଗସ ବ୍ୟୁରୋ:  ଜଣେ ପ୍ରେମିକ ନିଜ ପ୍ରେମିକାକୁ ଗୁଳି କରି ହତ୍ୟା କରିଛି ।  ପରେ ନିଜେ ନିଜକୁ ଗୁଳି ମାରି  ଦୁନିଆରୁ ବିଦାୟ ନେଇଛି ।  ଏହି ପରି ଏକ ଅଭାବନୀ ଘଟଣା  ଘଟିଛି  ଉତ୍ତର ପ୍ରଦେଶର ଲକ୍ଷ୍ନୌରେ । ପ୍ରେମିକ ସିଧା ପ୍ରେମିକାର ଘରକୁ ଯାଇ ଗୁଳି ମାରି ହତ୍ୟା କରିବା ଘଟଣା ସମ୍ପୃକ୍ତ ସହରରେ  ଚାଞ୍ଚଳ୍ୟ ଖେଳାଇ ଦେଇଛି । ସୁଚନାଅନୁଯାୟୀ, ମୃତ ପ୍ରେମିକା  ତାର ଭଉଣୀ ସହ ଭଡା ଗରେ ରହୁଥିଲା ।   3 ରୁ 4 ବର୍ଷ ଧରି  ଉଭୟ ପ୍ରେମିକା  ପ୍ରେମିକ ମଧ୍ୟରେ  ପ୍ରେମ ସମ୍ପର୍କ ଚାଲିଥିଲା ।  ଆଉ ଦୂଇ ଜଣ ପରସ୍ପରକୁ ବିବାହ କରିବାକୁ ଚାହିଁଥିଲେ ।  ତେବେ ଦୁଇ ଜଣଙ୍କର ବିବାହ ନ ହେବାରୁ ଏପରି ବିଭତ୍ସ କାଣ୍ଡ ଘଟାଇଛି ପ୍ରେମିକ ।

ଖବରମୁତାବକ  ମୃତ ପ୍ରେମିକା  ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ନର୍ସ ଭାବେ  କାର୍ଯ୍ୟ କରୁଥିଲେ ।  ସେ ନିଜ  ଭଉଣୀ ପାଖେ ଏକ ଭଡା ଘରେ ରହିଆସୁଥିଲେ ।  ଶୁକ୍ରବାର ଦିନ  ସକାଳୁ ପ୍ରେମିକ  ମଦନ ଲାଳ ପ୍ରେମିକା ରହୁଥିବା ଘରେ ପହଞ୍ଚିଥିଲା ।  କୌଣସି କାରଣରୁ କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ଏହାପରେ ଉତକ୍ଷିପ୍ତ ହୋଇ ନିଜ ପ୍ରମିକାକୁ ଗୁଳି ମାରି ନିଜେ ଆତ୍ମହତ୍ୟା କରିଥିଲା ପ୍ରେମିକ । ଘଟଣା ସ୍ଥଳରେ  ଫରେନ୍ସିକ୍‌ ଟିମ୍‌ ସହ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top