ଅପରାଧ

‘Govt. ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଷ୍ଟ୍ରଙ୍ଗ କର’: ମାନବପ୍ରେମୀ ଆଦିତ୍ୟଙ୍କ ସୁଇସାଇଡ୍ ନୋଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମାନବପ୍ରେମୀଙ୍କ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବଢିଲା ରହସ୍ୟ । ସୁଇସାଇଡ୍ ନୋଟକୁ ନେଇ ସସପେନ୍ସ । ଦେଖନ୍ତୁ କଣ ଲେଖିଛନ୍ତି ଆଦିତ୍ୟ । ଗଭମେଣ୍ଟ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ କରି ଗଢିତୋଳ । ନ ହେଲେ ସେ ତୁମର ବଞ୍ଚିବା ମୁସ୍କିଲ କରିଦେବେ । ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋ ଆତ୍ମାକୁ ଶାନ୍ତି ମିଳିବ । କେଉଁ ମାନେ ଆଦିତ୍ୟଙ୍କ ବଞ୍ଚିବାରେ କଣ୍ଟା ହୋଇଥିଲେ ? କିଏ ଆଦିତ୍ୟଙ୍କ ବଞ୍ଚିବା ମୁସ୍କିଲ କରି ଦେଇଥିଲେ ? ମାରିଦେବା ପୂର୍ବରୁ ମରିବାକୁ ଚାହିଁଲେ କି ଆଦିତ୍ୟ ? ଅର୍ଗସ ହାତରେ ଲାଗିଥିବା ଏହି ସୁଇସାଇଡ୍ ନୋଟରେ ସ୍ପଷ୍ଟ ଭାବେ ଲେଖାଯାଇଛି, Govt. ସହ ପଙ୍ଗା ନେବା ପୂର୍ବରୁ ନିଜକୁ ଷ୍ଟ୍ରଙ୍ଗ କର । କଣ ପାଇଁ ସରକାର ସହ ପଙ୍ଗା ନେଇଥିଲେ ଆଦିତ୍ୟ ?

ସମାଜସେବୀ ଆଦିତ୍ୟ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ଥିଲେ । ସରକାରଙ୍କ ଅବକାରୀ ନୀତିକୁ ଅନେକ ସମୟରେ ବିରୋଧ କରି ଆସୁଥିଲେ ଆଦିତ୍ୟ । ଯାହା ସରକାରଙ୍କୁ କାଠଗଡାରେ ଛିଡା କରିଥିଲା । ପ୍ରଶ୍ନ ଉଠୁଛି, ସରକାରଙ୍କ ପକ୍ଷରୁ ଆଦିତ୍ୟଙ୍କ ଉପରେ କିଛି ଚାପ ପଡୁଥିଲା କି ? କିଏ ଆଦିତ୍ୟଙ୍କ ବଞ୍ଚିବା ମୁସ୍କିଲ କରିଥିଲା ? ଅନେକ ସମାଜ ମଙ୍ଗଳ କାମରେ ଜଡିତ ଆଦିତ୍ୟଙ୍କ ଶତ୍ରୁ କିଏ ? ମଦ ବନ୍ଦ ହେଲେ ଆତ୍ମା ଶାନ୍ତି ପାଇବ । ଏହା ସ୍ପଷ୍ଟ ଭାବେ କହୁଛି, ମଦ ବିକ୍ରିକୁ ଘୋର ବିରୋଧ କରୁଥିଲେ ଆଦିତ୍ୟ । ଏଥିପାଇଁ ଆଦିତ୍ୟଙ୍କୁ କେହି ଧମକ ଦେଉଥିଲେ କି ? କାହା ଭୟରେ ଏମିତି ଚରମ ନିଷ୍ପତ୍ତି ନେଲେ ଆଦିତ୍ୟ ?  ସୁଇସାଇଡ୍ ନୋଟରେ ଏମିତି ସବୁ ଲେଖିଛନ୍ତି ଆଦିତ୍ୟ ।

ମୃତ୍ୟ କେତେବେଳେ କେଉଁ ବାଟେ ଆସି କାହା ପାଖରେ ପହଞ୍ଚିଯାଏ ସେକଥା କେହି ବି ଜାଣିନାହାଁନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃତ୍ୟୁ ଉପସ୍ଥିତ । କୁହନ୍ତି କି ଯିଏ ଯେତେ ଦିନ ଯାଏ ଦୁନିଆକୁ ଆସିଛି ସେ ସେତେଦିନ ରହିବ । ମୋର ବୋଧେ ଶେଷ ସମୟ ଆସି ଯାଇଛି । ବହୁତ ଆଶା ଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି । କିନ୍ତୁ ଭଗବାନ ବୋଧେ ଚାହୁଁନଥିଲେ । ମୁଁ ଗଲା ପରେ ତତେ ଓ ବିକାଶକୁ ଏବଂ ପିଏଫଏସର ଅନ୍ୟ ସଦସ୍ୟଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା । ବଞ୍ଚି ଥାଉ ଥାଉ ଯାହା କରିପାରିଲି ନାହିଁ ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନଭୂତିରେ ମୋର ଶେଷ ଆଶା ପୂରଣ ହୋଇପାରିବ । ଉପରୁ ଦେଖି ମୋର ଆତ୍ମା ଶାନ୍ତି ପାଇବ । ବିକାଶ ମୋ ବାପା ମାଆ ତୋତେ ଲାଗିଲେ । ତାଙ୍କ କଥା ବୁଝିବୁ । ବହୁତ କିଛି ଦେଶ ପାଇଁ କରିବାର ଇଛା ଇଛାରେ ହିଁ ରହିଗଲା । ଏ ଦେଶର ଯୁବକମାନଙ୍କୁ କହିବି , Govt. ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ କରି ଗଢିତୋଳ । ନ ହେଲେ ସେ ତୁମର ବଞ୍ଚିବା ମୁସ୍କିଲ କରିଦେବେ । ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋ ଆତ୍ମାକୁ ଶାନ୍ତି ମିଳିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top