ନ୍ୟୁଜ୍

ରିଲିଫ୍ ଚାଉଳରେ ହେରଫେର୍, ମିଳିମିଶି ଖାଇଗଲେ ରିଲିଫ୍ ଚାଉଳ

rice

ଭଦ୍ରକ:  ରିଲିଫ୍ ଚାଉଳରେ ହେରଫେର୍ । ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ଚାଉଳକୁ ବି ଛାଡିଲେନି । ମିଳିମିଶି ଖାଇଗଲେ ରିଲିଫ୍ ଚାଉଳ । ଆଉ ଖୋଦ୍ ସରକାରୀ ଅଧିକାରୀ ରିଲିଫ୍ ଚାଉଳ ବାଣ୍ଟି ନେଇଥିବା ହୋଇଛି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ହସନାବାଦ ପଞ୍ଚାୟତରୁ ।  ରିଲିଫ ଚାଉଳ ବସ୍ତାକୁ  ମେଡିକାଲ ଘରେ ଲୁଚାଇ ରଖିଥିଲେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଏକଜ୍ୟୁଟିଭି ଅଫିସର । ତେବେ ବଡ଼ କଥା ହେଉଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ୯ ତାରିଖରେ ରିଲିଫ ଚାଉଳ ଆସିଥିଲା ।

ସେହି ଚାଉଳକୁ ସ୍ଥାନୀୟ ସରପଞ୍ଚ ସଞ୍ଜୁଲତା ନାୟକ ଓ ପଞ୍ଚାୟତ ଏକଜ୍ୟୁଟିଭି ଅଫିସର ରଘୁ ମାଝୀ ଚଞ୍ଚକତା କରି ୪ ବସ୍ତା ଚାଉଳକୁ ସ୍ଥାନୀୟ ମେଡିକାଲରେ ଲୁଚାଇ ରଖିଥିବା ନେଇ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଫଳରେ ଏନେଇ ପରେ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଉ ଏହାପରେ ଉକ୍ତ ମେଡିକାଲରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ରିଲିଫ ଚାଉଳକୁ ଜବତ କରିଛି ଧୂଷୁରୀ ପୋଲିସ । ତେବେ ଏହି ଘଟଣାରେ କାହାରିକୁ ଏଯାଏଁ ଗିରଫ କରାଯାଇନଥିବା ଜଣାପଡ଼ିଛି ।

ସେପଟେ ଗରିବଙ୍କ ପାଇଁ ଆସୁଥିବା ଏହି ରିଲିଫ ଚାଉଳକୁ ସ୍ଥାନୀୟ ସରପଞ୍ଚ ଏପରି ହେରଫେର୍ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ବନ୍ୟା ଚାଲିଯିବା ପରେ ଏବେ ଅନେକ ଲୋକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ହେଲେ ଏଠାରେ ସାଧାରଣ ଲୋକଙ୍କ ପାଇଁ ଆସିଥିବା ରିଲିଫ ଚାଉଳକୁ ସ୍ଥାନୀୟ ଜନପ୍ରତିନିଧି ହରିଲୁଟ କରୁଛନ୍ତି । ଯାହାକି ସରକାରୀ ଅଧିକାରୀଙ୍କ ବନ୍ୟା ପରିଚାଳନା କାର୍ଯ୍ୟଧାରାକୁ ପଦାରେ ପକାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top