X
Breaking News
ଟିଭି

ମୁମ୍ବାଇ ସିଫ୍ଟ ହେଲେ ମିସ୍‌ୱାର୍ଲ୍ଡ ମାନୁଷୀ ଛିଲ୍ଲର, ବଲିଉଡରେ କରିବେ ଏଣ୍ଟ୍ରି !

Manushi

ମୁମ୍ବାଇ: ୨୦୧୭ରେ ମିସ୍ ୱାର୍ଲ୍ଡ ମୁକୁଟ ହାତେଇଥିଲେ ମାନୁଷୀ ଛିଲର । ଏଇ ନିକଟରେ ସେ ମୁମ୍ବାଇ ସିଫ୍ଟ ହୋଇଛନ୍ତି । ବହୁ ବର୍ଷ ପରେ ତାଜ୍ ହାତେଇଥିବାରୁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ମାନୁଷୀ ଜଣେ ଏମବିବିଏସ ଛାତ୍ରୀ, ଏବଂ ଏହାପରେ ସେ ପୁଣି ଥରେ ନିଜ ପାଠପଢାକୁ କମ୍‌ବ୍ୟାକ୍ କରିଛନ୍ତି ।

ମାନୁଷୀଙ୍କ ସ୍ୱପ୍ନ ରହିଛି ସେ ଜଣେ ଭଲ ଡାକ୍ତର ହୁଅନ୍ତୁ ଏବଂ ସେ ନିଜର ପାଠପଢା ସମ୍ପୂର୍ଣ୍ଣ କରିବା ପାଇଁ ମୁମ୍ବାଇ ଆସିଛନ୍ତି । ସୋନିପତର ବିପିଏସ ସରକାରୀ ମେଡିକାଲ କଲେଜ ଫର୍ ୱିମେନରେ ଏମବିବିଏସ ପଢୁଥିବା ମାନୁଷୀ ଏବେ ମୁମ୍ବାଇର ଏକ କଲେଜକୁ ନିଜ ପାଠପଢା ଟ୍ରାନ୍ସଫର କରିଛନ୍ତି ଏବଂ ଏଠାରେ ସେ ନିଜର ପଢା ଶେଷ କରିବେ । ତାଙ୍କ ପିତାଙ୍କ ଟ୍ରାନ୍ସଫର ହୋଇଯିବାରୁ ପୂରା ପରିବାର ମୁମ୍ବାଇ ସିଫ୍ଟ ହୋଇଛନ୍ତି ।

ଏହାପୂର୍ବରୁ ମାନୁଷୀଙ୍କୁ କୋରିଓଗ୍ରାଫର ତଥା ଫିଲ୍ମ ମେକର ଫରହା ଖାନଙ୍କ ସହ ଦେଖିବାକୁ ମିଳିଥିଲା । ଏହାକୁ ନେଇ ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏନେଇ ଉଭୟ ପକ୍ଷ କୌଣସି ବୟାନ ଦେଇନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top