ଜୀବନ ମନ୍ତ୍ର

ଅର୍ଗସ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସରେ ଶିଖା ସମ୍ମାନ ୨୦୨୦ ଆୟୋଜିତ

sikha

ଭୁବନେଶ୍ୱର: ଅର୍ଗସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ 2020 ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଅଜଣା ତୃଣମୂଳସ୍ତରରେ ମହିଳା ଉଦ୍ୟମୀମାନଙ୍କୁ ‘ଶିଖା’ ସମ୍ମାନ-2020 ପ୍ରଦାନ କରାଯାଇଛି । ଡିଜିଟାଲ ଚ୍ୟାନେଲ ଅର୍ଗସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେନ୍ଦୁଝର ହରିଚନ୍ଦନପୁର ଦୁଧପାଣି ଗାଁର ସଫଳ ଟସର ଚାଷୀ ଦ୍ରୌପଦୀ ତିରିଆ , ଭୁବନେଶ୍ୱର ମୋମୋ ଷ୍ଟଲ କରିଥିବା ଉଚ୍ଚ ଶିକ୍ଷିତା ରାଜଶ୍ରୀ ମଲ୍ଲିକ, ହୀମାନୀ ଦାସ, ମାନସୀ ଦାସ,  ଜଗତସିଂହପୁରର ଧୂଆଁ ବିହୀନ ଚୁଲାକୁ ସଫଳ ବ୍ୟବସାୟିକ ରୂପ ଦେଇଥିବା ମହିଳା ଉଦ୍ୟୋଗୀ ଶୁଭ୍ରାରାଣୀ ମହାନ୍ତି, ବାଲେଶ୍ୱରର ସଫଳ ଛତୁ ଚାଷୀ ଓ ଉଦ୍ୟୋଗୀ ନିରୁପମା ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ଭୁବନେଶ୍ୱର ଜାତୀୟ ସ୍ତରର ଖେଳାଳି ତଥା ଉଚ୍ଚ ଶିକ୍ଷିତା ରାଜଲକ୍ଷ୍ମୀ ସାହୁ ଓ ଶୁଭଶ୍ରୀ ଦୀକ୍ଷିତ ନିଜ ଉଦ୍ୟମରେ ବେଲନ ରୋଟି ସଂସ୍ଥା ତିଆରି କରିବା, ଟେଲରିଂ ଓ ହାତ ତିଆରି ଚାନ୍ଦୁଆ ଉଦ୍ୟୋଗୀ ପୁରୀର ଚାନ୍ଦମଣି ମହାନ୍ତି, ମୟୂରଭଞ୍ଜର ମୁଢି ଉଦ୍ୟୋଗୀ ରଶ୍ମୀ ମହାନ୍ତି, କଟକର ରୋଟି ଉଦ୍ୟୋଗୀ ସରୋଜିନୀ ସାହୁଙ୍କୁ ମଧ୍ୟ ସମ୍ମାନ ଦିଆଯାଇଥିଲା ।

ଏହା ସହ ଦିବ୍ୟାଙ୍ଗ ହୋଇ ବି ସଫଳ ଟେଲରିଂ ଉଦ୍ୟୋଗ କରି ସଫଳ ହୋଇଥିବା ସମ୍ବଲପୁରର ସନ୍ତୋଷିନୀ ଭୋଇ ସେହିପରି ନୁଆପଡାର ମହିଳା ଉଦ୍ୟେଗୀ ରଶ୍ମିରେଖା ହୋତା, ଆଦିବାସୀ ଅଧ୍ୟୁଷିତ କୋରାପୁଟ ସେମିଳିଗୁଡାର ସଫଳ ଟେଲରିଂ ଯୁବ ଉଦ୍ୟୋଗୀ  ମମତା ରାୟ, ରାଉରକେଲାର ୱାଟର ଫ୍ୟୁରିଫାୟର ମହିଳା ଉଦ୍ୟୋଗୀ ନିହାରିକା ବସ୍ତିଆ ଓ ଧୂପକାଠି ପରି ସଫଳ ଇଣ୍ଡଷ୍ଟ୍ରି କରି ସଫଳ ହୋଇଥିବା କେନ୍ଦୁଝରର ଟ୍ୟୁଙ୍କିଲ ମିଶ୍ରଙ୍କୁ ଅର୍ଗସ ପକ୍ଷରୁ ଶାଖା ସମ୍ମାନ 2020ରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ସମାଜସେବୀ ଡାକ୍ତର ସେବା ମହାପାତ୍ର, ବିଶିଷ୍ଟ ସମାଜସେବୀ ଶୁଭଶ୍ରୀ ଦାସ, ଭୁବନେଶ୍ୱର ଆପୋଲ ହସ୍ପିଟାଲ ନିର୍ଦ୍ଦେଶିକା ବିଭାଗୀୟ ମୁଖ୍ୟ ଡାକ୍ତର ଶର୍ମିଲି ସିହ୍ନା, ଜଏଣ୍ଟ ସେକ୍ରେଟ୍ରରୀ ତଥା ଖଦି ବୋର୍ଡ ପ୍ରଶାସନିକ ଅଧିକାରୀ ରେଣୁପ୍ରଭା ନାୟକ, ସେଣ୍ଟ ଜାଭିୟର ହାଇସ୍କୁଲ ଇଣ୍ଡିଆ ଫାଉଣ୍ଡେସନର ନିର୍ଦେଶିକା ଲିଜାଲିନ ପଟ୍ଟନାୟକ, ଫ୍ୟାସନ ଆୟାର ଇନଷ୍ଟିଚ୍ୟୁଟର ଏମଡି  ଗାୟତ୍ରୀ ମହାପାତ୍ର, ଉର୍ମି ଗ୍ରୁପ୍ସର ଏମଡି ପ୍ରତିଶ୍ରୁତି ଜେନା, ପଣ୍ଡା ଟ୍ରେଭଲ ମାର୍ଟର ନିର୍ଦେଶିକା ମନସ୍ୱିନୀ ପଣ୍ଡା, ସମାଜସେବୀ ପ୍ରତିଛନ୍ଦା ଧଳ, ଲାୟନ୍ସ କ୍ଲବର ଡିଷ୍ଟ୍ରିକ ଗଭର୍ଣ୍ଣର ଅମିତା ଜେନା, ବିଶିଷ୍ଟ ଲେଖିକା ଉର୍ମିଲା ରାଉତ, ମୋଟିଭେସନାଲ ସ୍ପିକର ଡକ୍ଟର ହରପ୍ରସାଦ ଦାସ, ବିଶିଷ୍ଟ ଶିକ୍ଷାବିତ ଅର୍ଥନିତିଜ୍ଞ ପ୍ରଫେସର ଅନିଲ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ । ଅର୍ଗସ ତରଫରୁ କୁସ୍ମିତା ଓ ନିହାରିକା ନନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top