ଦେଶ

ତାମିଲନାଡୁରେ ବର୍ଷାର ତାଣ୍ଡବ, ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି

ଅର୍ଗସ ବ୍ୟୁରୋ: ତାମିଲନାଡୁର ମେଟ୍ଟୁପଲାୟମରେ ପ୍ରବଳ ବର୍ଷା ଯୋଗୁ ଏକ କାନ୍ଥ ଭୁଷୁଡି ପାଖାପାଖି 17 ଲୋକଙ୍କ ମୃତ୍ୟୁ ଘଟିଛି । ପୋଲିସ୍‌ର ସୂଚନାନୁଯାୟୀ ପ୍ରବଳ ବର୍ଷା ଯୋଗୁ ଦୁର୍ବଳ ହୋଇପଡିଥିବା 15 ଫୁଟ ଉଚ୍ଚର କାନ୍ଥ ନିକଟସ୍ଥ ଘରର ଏକ ଛାତ ଉପରେ ପଡିଥିଲା । ଫଳରେ ଉକ୍ତ ଘରେ ସୋଇଥିବା ବହୁ ଲୋକ ଦବି ଯାଇଥିଲେ । ଏହି ଘଟଣା ସକାଳ 5ଟାରେ ଘଟିଛି ।

ଦମକଳ ଓ ଉଦ୍ଧାରକାରୀ ଟିମ୍‌ ସ୍ଥାନୀୟ ଲୋକ ଓ ପୋଲିସଙ୍କ ସାହାର୍ଯ୍ୟରେ ଘରୁ ଶବକୁ ବାହାରକୁ ବାହାରକରିଥିଲେ । ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଧା ମଧ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ୱାମୀ ଏହି ଘଟଣାରେ ଦୁଃଖ ପ୍ରକଟ କରିବା ସହିତ ମୃତକଙ୍କ ପରିବାରକୁ ରାଜକୋଷରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top