ଦେଶ

କାନ୍ଥ ଭୁଷୁଡି ୧୫ ମୃତ

15 dead

ତାମିଲନାଡୁ: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ଏକ କାନ୍ଥ ଭୁଷୁଡି ପଡ଼ିଛି । ତେବେ କାନ୍ଥ ଭୁଷୁଡ଼ିବା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ମେଟ୍ଟୁପାଲୟମର ନାଦୁଲ କନ୍ନପ୍ପନ ଲେଆଉଟ୍ ରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣା ସମୟରେ ଏହି ଘରେ ୧୫ ଜଣ ଲୋକ ଥିଲେ । ଅଧିକ ବର୍ଷା କାରଣରୁ ଘରଗୁଡ଼ିକ ପାଣିରେ ବୁଡ଼ି ରହିଥିବାବେଳେ ଭାଙ୍ଗିଯାଇଥିବା କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top