ମନୋରଞ୍ଜନ

ରିଲିଜ୍‌ ହେଲା ଫିଲ୍ମ ‘ମରଜାଓ୍ୱାଁ’ର ପ୍ରଥମ ଟ୍ରେଲର, ଦେଖନ୍ତୁ ଭିଡିଓ

Film
Courtesy: www.koimoi.com

ମୁମ୍ବାଇ: ରିଲିଜ ହେଲା ଫିଲ୍ମ ‘ମରଜାଓ୍ୱାଁ’ର ପ୍ରଥମ ଟ୍ରେଲର ।  ଟ୍ରେଲରରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଜବରଦସ୍ତ ଆକ୍ସନ  ଦେଖିବାକୁ ପାଇବେ ଦର୍ଶକ । ଏହି ସିନେମାରେ ସିଦ୍ଧାର୍ଥଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିବେ । ଜବରଦସ୍ତ ଡାଇଲଗ୍‌ ସହ ଏହି ପିଲ୍ମଟି ଆକ୍ସନ୍‌, ରୋମାଣ୍ଟିକ୍‌ ଭରା ଫିଲ୍ମ ଅଟେ ।

ଦୁହିଁଙ୍କୁ ନେଇ ଏକ ଆକର୍ଷଣୀୟ ପ୍ରେମ କାହାଣୀକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଆଉ ଏମାନଙ୍କ ପ୍ରେମ କାହାଣୀରେ ଭିଲେନ୍ ସାଜିବେ ଅଭିନେତା ରିତେଶ ଦେଶମୁଖ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ଫିଲ୍ମରେ ରକୁଲ୍‌ ପ୍ରିତ ସିଂ, ସାଦ୍ ରାନ୍ଧୱା, ରବି କିଶନ୍, ଭରିନ୍ଦର୍ ସିଂ ଘୁମାନ୍ଆ ଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ର ‘ମରଜାୱାଁ’ ୮ ନଭେମ୍ବରରେ ମୁକ୍ତିଲାଭ କରିବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top