ନ୍ୟୁଜ୍

ବାହା ହେବାକୁ ଆସି ବାହା ନହୋଇ ଫେରିଗଲା ବର, କାରଣ ଥିଲା..

marriage

ବାଲେଶ୍ୱର:  ବ୍ୟାଣ୍ଡ, ବାଜା, ବାରାତ ଧରି ବାହାହେବାକୁ ଆସିଥିଲା ବର । ନାଚ, ଗୀତ ସହ ଗାଁ ଦାଣ୍ଡ ଉଠୁଥିଲା ପଡୁଥିଲା । କିନ୍ତୁ ବାହା ନହୋଇ ଘରକୁ ଫେରିଗଲା ବର । କାରଣ ଥିଲା କନ୍ୟା ଜଣକ ନାବାଳିକ ଥିବାରୁ ବାହାଘର ହୋଇପାରିଲା ନାହିଁ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିନ ସରଙ୍ଗପୁର ଗ୍ରାମରେ ।

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିନ ସରଙ୍ଗପୁର ଗ୍ରାମର ଲକ୍ଷ୍ମଣ ମହାରଣାଙ୍କ ନାବାଳିକା ଝିଅ ଲୋପିତା ମହାରଣାଙ୍କୁ ବିବାହ କରାଯାଉଥିଲା । ଏନେଇ ଚାଇଲ୍ଡ ଲାଇନ ବିଭାଗ ଜାଣିବାକୁ ପାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ପହଁଚି ବାହାଘର ବନ୍ଦ କରିଥିଲେ । ଏବଂ ବାହାହେବାକୁ ଆସିଥିବା ବର ଖଇରା ଥାନା ତୁଡିଗଡିଆ, ଡାଲଙ୍ଗ ଗ୍ରାମର ଶରତ ମହାରଣା ।

ତେବେ ଶରତ ଶିଶୁ ପାଳ ହୋଇ ଘରକୁ ଫେରିଥିଲେ । ସେପଟେ  କନ୍ୟାର ପରିବାର ଲୋକେ ଚାଇଲ୍ଡ ଲାଇନକୁ ଅଟକ ରଖିଥିଲେ । ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । କିନ୍ତୁ ପରିବାର ଲୋକେ ଜାଣିଶୁଣି କାହିଁକି ତାଙ୍କ ନାବାଳିକା ଝିଅକୁ ବିବାହ କରାଉଥିଲେ ତାକୁ ନେଇ ପ୍ରଶ୍ନ ଉଠଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top